ଫୁଲବାଣୀ: ଫୁଲବାଣୀ ପକ୍ସୋ କୋର୍ଟ ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। କୋର୍ଟର ଏଡିଜେ ସଞ୍ଜୀବ କୁମାର ବେହେରା ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଗଣେଶ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୨୨ ହଜାର ଟଙ୍କା ଜରିମାନା ଦଣ୍ଡ ଓ ଏହା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ପିପି ଅସୀମ ପ୍ରହରାଜ ମକଦ୍ଦମା ପରିଚାଳନା କରିଥିଲେ। ୨୦୨୧ ମସିହା ମାର୍ଚ୍ଚ ୧୭ ତାରିଖରେ ଫୁଲବାଣୀ ସଦର ଥାନା ଇଲାକର ଜଣେ ନାବାଳିକାଙ୍କୁ ଗଣେଶ ଦୁଷ୍କର୍ମ କରିଥିଲା। ଏନେଇ ମାମଲା ରୁଜୁ ସହ ତାକୁ କୋର୍ଟ ଚାଲାଣ କରାଯାଇଥିଲା। ଆଜି ପକ୍ସୋ କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ସେହିପରି ପୀଡ଼ିତା ନାବାଳିକାଙ୍କ ଫୁଲବାଣୀ ଡିଏଲ୍ଏସ୍ଏ ପକ୍ଷରୁ କ୍ଷତିପୂରଣ ବାବଦକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ, ୨୨ ହଜାର ଜରିମାନା
/sambad/media/post_attachments/wp-content/uploads/2023/05/court-generic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)