ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳରେ ରୁଜୁ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ଶେଷ ହୋଇଛି। ୨୦୧୯ମସିହାର ଏହି ଘଟଣାରେ ସ୍ବତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତ ଡମୁ ମୁଦୁଲି ଓରଫ ପରଜାଙ୍କୁ ଦୋ‌ଷୀ ସାବ୍ୟସ୍ତ କରି ଅଜୀବନ କାରାଦଣ୍ଡାଦେଶ ସହ ଜରିମାନା ୩୦ହଜାର ଟଙ୍କା, ଜରିମାନା ଦେବାକୁ  ରାୟ ପ୍ରକାଶ କରିଛନ୍ତି। ମୃତ ନାବାଳିକାଙ୍କ ପରିବାରବର୍ଗକୁ ୭ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହ ଜରିମାନା ଆଦାୟ ଟଙ୍କା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ମାମଲାର ଶୁଣାଣୀ ଚାଳିଥିବା ସମୟରେ ସାଢ଼େ ୩ଲକ୍ଷ ଅନୁକମ୍ପା ରାଶି ନାବାଳିକାର ପରିବାରବର୍ଗକୁ ଦିଆଯାଇଥିଲା। ବଳକା ୩ଲକ୍ଷ ୫୦ହଜାର ଟଙ୍କା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି କୋର୍ଟ।

Advertisment

ସୂଚନା ଅନୁଯାୟୀ, ଗତ ୨୦୧୯ମସିହା ନଭେମ୍ବର ୬ତାରିଖ ଦିନ କୋରାପୁଟ ଜିଲ୍ଲା ବୋରିଗୁମ୍ମା  ଥାନା ଅଂଚଳର ଜୈନେକା ୬ବର୍ଷିଆ ନାବାଳିକା ଜମିକୁ ମାଛ ଧରିବାକୁ ଯାଇଥିଲେ। ନାବାଳିକା ଜଣକ ଏକା ଥିବା ସୁଯୋଗରେ ଏହି  ଥାନା ଅର୍ନ୍ତଗତ ଆମଡ଼ାଗୁଡା ଗାଁର ଅଭିଯୁକ୍ତ ଡମୁ ମୁଦୁଲି ଓରଫ ପରଜା ଜୋରଜବରଦସ୍ତ ନିକଟସ୍ଥ ଶାଗୁଆନ୍ ଜଙ୍ଗଲକୁ ଉଠାଇ ନେଇଥିଲେ। ସେଠାରେ ନାବାଳିକାକୁ ଜୀବନରେ ମାରିବାର ଧମକ ଦେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ସଂପର୍କ‌ରେ କାହାରିକୁ କହିଲେ ଜୀବନରେ ମାରିବାକୁ ଧମକ ଦେଇଥିଲେ। ୭ତାରିଖ ଦିନ ନାବାଳିକା ନିଜ ପରିବାରବର୍ଗଙ୍କୁ ଘଟଣା ସଂପର୍କରେ ସବୁ କହିଥିଲେ।

ପରିବାରବର୍ଗ ବୋରିଗୁମ୍ମା ଥାନାରେ ଏ ନେଇ ଏତଲା ଦେଇଥିଲେ। ତତ୍କାଳୀନ ଥାନା ଅଧିକାରୀ ସଂଜୟ କୁମାର ମଣ୍ଡଳ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରି କୋର୍ଟକୁ ଚାଳାଣକରିବା ସହ ଚାର୍ଜସିଟ୍ ଦାଖଲ କରିଥିଲେ। ମାମଲାର ବିଚାର ଚାଳିଥିବା ସମୟରେ ୧୦ଜଣ ସାକ୍ଷ୍ୟ ପ୍ରମାଣଓ ୧୯ଟି ଦସ୍ତାବିଜକୁ ଭିତ୍ତି କରି ଆଇପିସିର ଧାରା ୩୭୭, ୩୭୬(ଏବି) ପକ୍ସୋ ଆଇନର ୪(୨),ରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଜୀବନ କାରାଦଣ୍ଡ‌ ସହ ୩୦ହଜାର ଟଙ୍କାର ଜରିମାନ ଦେବାକୁ  ମାନ୍ୟବର ସ୍ବତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ଏହି ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଡ. ବି.ଗାୟତ୍ରୀ ଦେବୀ ମାମଲାକୁ ପରିଚାଳନା କରୁଥିଲେ।