ନୟାଗଡ଼/ଭାପୁର: ପୁରୁଷବନ୍ଧୁଙ୍କ ହାତଗୋଡ଼ ବାନ୍ଧି ତାଙ୍କ ସମ୍ମୁଖରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପୀଠାଖାଇ ଗାଁ’ ନିକଟ ସଂରକ୍ଷିତ ଶାଳ ଜଙ୍ଗଲ ଘଟିଛି ଏହି ଅଭାବନୀୟ ଘଟଣା। ଜଙ୍ଗଲକୁ ଟେକି ନେଇ ତିନି ଜଣ ଯୁବକ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିବା ପୀଡ଼ିତା ଆଜି ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ମାମଲାରେ ସମ୍ପୃକ୍ତ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମାରଣାସ୍ତ୍ର ଦେଖାଇ ଜଙ୍ଗଲକୁ ଟେକି ନେଲେ ଦୁର୍ବୃତ୍ତ
ମୋବାଇଲରେ ଭାଇରାଲ୍ କଲେ ଭିଡିଓ, ୩ ଅଟକ
ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଗତ ୨୦ ତାରିଖରେ ସେ ତାଙ୍କ ପୁରୁଷବନ୍ଧୁଙ୍କ ସହ ଫତେଗଡ଼ ରାମମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ଶାଳ ଜଙ୍ଗଲ ନିକଟରେ ତିନି ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ସମସ୍ତଙ୍କ ହାତରେ ଛୁରି ଓ ଅନ୍ୟ ମାରଣାସ୍ତ୍ର ରହିଥିଲା। ଫଳରେ ସେମାନେ ଭୟଭୀତ ହୋଇ ସେଠାରେ ଅଟକି ଯାଇଥିଲେ। ପରେ ଉଭୟଙ୍କୁ ଉକ୍ତ ତିନି ଜଣ ଯୁବକ ଜଙ୍ଗଲ ମଧ୍ୟକୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଯୁବତୀଙ୍କ ପୁରୁଷବନ୍ଧୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିବା ସହ ହାତଗୋଡ଼ ବାନ୍ଧି ସେଠାରେ ପକାଇ ଦେଇଥିଲେ। ସମସ୍ତେ ଯୁବତୀଙ୍କ ସହ ପ୍ରଥମେ ଅସଦାଚରଣ କରି ତାଙ୍କୁ ଉଲଗ୍ନ କରିଥିଲେ। ଏ ସମସ୍ତ ଦୃଶ୍ୟକୁ ଦୁର୍ବୃତ୍ତମାନେ ନିଜ ମୋବାଇଲରେ ଉତ୍ତୋଳନ କରିବା ପରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପୁରୁଷବନ୍ଧୁଙ୍କ ଆଖି ସାମ୍ନାରେ ଏ ସବୁ ଘଟଣା ଘଟି ଚାଲିଥିଲେ ମଧ୍ୟ ହାତଗୋଡ଼ ବନ୍ଧା ହୋଇଥିବାରୁ ସେ ନିରୁପାୟ ହୋଇ ଚୁପ୍ ରହିଥିଲେ। ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଉଭୟଙ୍କ ପର୍ସ ଖୋଲି ସେଥିରେ ଥିବା ୪୮୦୦ ଟଙ୍କା ନେଇଯାଇଥିଲେ। ଏ ସମସ୍ତ କାଣ୍ଡ ଭିଆଇବା ପରେ ଦୁହିଁଙ୍କୁ ସେଠାରୁ ପଳାଇବା ପାଇଁ ଧମକ ଦେଇଥିଲେ। ଏହି ଘଟଣାରେ ଭୟଭୀତ ହୋଇ ପଡ଼ିଥିବା ପୀଡ଼ିତା ନିଜ ଘରକୁ ଫେରି ଅସୁସ୍ଥ ବାପାଙ୍କୁ କିଛି କହିବାକୁ ସାହସ କରିପାରିନଥିଲେ। ମାତ୍ର ଇତିମଧ୍ୟରେ ଯୁବତୀଙ୍କର ଏକ ଅଶ୍ଳୀଳ ଭିଡିଓ ବଜାରରେ ଘୂରି ବୁଲିଥିଲା। ଫଳରେ ବାଧ୍ୟ ହୋଇ ସେ ଥାନାକୁ ଆସି ଆଜି ଅଭିଯୋଗ କରିଥିଲେ। ଥାନାରେ ଅଟକ ଥିବା ତିନି ଜଣ ଯୁବକଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/26/xTWl9Z3beUNxEA3bE1Fb.jpg)