ଅଭିନେତ୍ରୀ କରାଇଦେବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା; ଗିରଫ ହେଲେ ଅଭିଯୁକ୍ତ

ଭୁବନେଶ୍ବର: ଅଭିନେତ୍ରୀ କରାଇଦେବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମାଷ୍ଟରମାଇଣ୍ଡ୍‌ ସରୋଜ ବିଶ୍ଵାଳଙ୍କୁ ଖୋର୍ଦ୍ଧାରୁ ଗିରଫ କରିଛି ପୁଲିସ୍‌। ବହୁ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡ଼ିଲେ ସରୋଜ। ଅପହରଣ ଦୃଶ୍ୟ କରିବା ଆଳରେ ରୁମକୁ ନେଇ ଦୁଷ୍କର୍ମ କରିଥଲେ ଅଭିଯୁକ୍ତ। ପରେ ଘଟଣାସ୍ଥଳରୁ କେଉଁଆଡ଼େ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ଭରତପୁର ଥାନାରେ ଏତଲା ଦେବା ପରେ ପୁଲିସ ସରୋଜ ବିଶ୍ୱାଳକୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ସରୋଜକୁ ଧରିବାରେ ପୁଲିସ୍‌ ସମର୍ଥ ହୋଇଛି। ପୁଲିସ ସରୋଜକୁ ନେଇ ସିନ ରିକ୍ରିଏସନ କରିବାକୁ ଯୋଜନା କରିଛି।

ଉଲ୍ଲେଖଯୋଗ୍ୟ, ଆଲବମ୍ ସୁଟିଂ ବାହାନାରେ ନାବାଳିକା ଅଭିନେତ୍ରୀଙ୍କ ହାତଗୋଡ଼ ବାନ୍ଧି ରାତିସାରା ଦୁଷ୍କର୍ମ କରିବା ଏବଂ ଏହାକୁ ରେକର୍ଡିଂ କରିଥିଲେ ସରୋଜ। ଘଟଣା ଘଟିବା ପରେ ନାବାଳିକାଙ୍କର କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତରୀମାଇନା କରାଯାଇଥିଲା। ଭରତପୁର ଶିବ ମନ୍ଦିର ଗଳିସ୍ଥିତ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା  ଘରକୁ ଭରତପୁର ଥାନା ପୁଲିସ ସିଲ୍ କରିଥିଲା। ପ୍ରଥମେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘରକୁ ଯାଇ ଛାନଭିନ୍ କରିଥିଲା। ଉକ୍ତ ଘରୁ ସାଇଣ୍ଟିଫିକ୍ ଟିମ୍ ବେଡସିଟ୍, କପଡ଼ା, ଅନ୍ତବସ୍ତ୍ର, ପୁଲିସ ପୋଷାକ, ନକଲି ବନ୍ଧୁକ, ପ୍ରେସ୍ କାର୍ଡ ଓ ବୁମ୍, କ୍ୟାମେରା ଓ ଟ୍ରାଇପଡ୍ ଷ୍ଟାଣ୍ଡ୍ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର