ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟ ସମଲେଇ ପଞ୍ଚାୟତ ଖଜୁରିଆପାଲି ବନ ସୁରକ୍ଷା ସମିତି ସଂରକ୍ଷିତ ଜଙ୍ଗଲରେ ଏକ ବିରାଟ ଗାତରେ ବିଲୁପ୍ତ ପ୍ରଜାତିର ଏକ ଗାଡ଼ଭାଲୁ ପଡ଼ିଥିବା ଗ୍ରାମର କିଛି ଲୋକ ଦେଖିଥିଲେ। ଖବର ପାଇ ପ୍ରକୃତିବନ୍ଧୁ ସତ୍ୟଜିତ ଗଡୁଆ ଘଟଣାସ୍ଥଳକୁ ଯାଇ ଭାଲୁଟିକୁ ସୁସ୍ଥ ଥିବା ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବନରକ୍ଷୀ ରଘୁମଣୀ ଭୋଇ ଓ ସହଯୋଗୀମାନେ ଭାଲୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ। ଉଦ୍ଧାର କାର୍ଯ୍ୟରେ ସତ୍ୟଜିତଙ୍କ ସହ ବନକର୍ମଚାରୀ ଓ ଗୁପ୍ତେଶ୍ୱର ଦେହେରି, ଦେବେନ୍ଦ୍ର ମାଝୀ, ଭରତ ମାଝୀ, ସିଦ୍ଧେଶ୍ୱର ଦେହେରି ପ୍ରମୁଖ ସାମିଲ ଥିଲେ।
ଖଜୁରିଆପାଲି ଗାଁ’ ନିକଟରୁ ଗାଡ଼ ଭାଲୁ ଉଦ୍ଧାର
/sambad/media/post_attachments/wp-content/uploads/2023/09/63a193e2-2f38-4142-9307-a1fc565d8f68.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)