ଆନନ୍ଦପୁର: ଆନନ୍ଦପୁର ବ୍ଲକ୍ ଧକୋଠା ପଞ୍ଚାୟତ ମାର୍ଶାପାଳ ଗ୍ରାମରୁ ଏକ ବିରଳ ପକ୍ଷୀ ଉଦ୍ଧାର ହୋଇଛି। ଅପରାହ୍ଣରେ ହଠାତ୍ ପକ୍ଷୀଟି ଆସି ମାର୍ଶାପାଳ ଗ୍ରାମ ପଡ଼ିଆରେ ବସିଥିଲା। ଖବରପାଇ ସରପଞ୍ଚ ବୀରଭଦ୍ର ସେଠୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ମିନତି ସେଠୀ, ରଂଜନ ବେହେରା, ଶଙ୍କର୍ଷଣ ସା, ହରିହର ମୁର୍ମୁ, ରାକେଶ ସା ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରି ଆନନ୍ଦପୁର ରେଞ୍ଜ କାର୍ଯ୍ୟାଳୟକୁ ଆଣିଛନ୍ତି।
ପକ୍ଷୀର ଉଚ୍ଚତା ୪ ଫୁଟ୍ ଓ ଡେଣାର ଲମ୍ବ ୫ଫୁଟ ବୋଲି ଜଣାପଡ଼ିଛି। ଏହି ପକ୍ଷୀର ନାମ ହାଡ଼ଗିଳା। ଏହା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଦେଖାଯାନ୍ତି ବୋଲି ଫରେଷ୍ଟର ମଳୟ କୁମାର ସାହୁ କହିଛନ୍ତି। ସୁସ୍ଥ ହେବା ପରେ ପକ୍ଷୀଟିକୁ ଛାଡ଼ିଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/10-3.jpg)