ଚାନ୍ଦବାଲିରେ ବିରଳ ପ୍ରଜାତିର ବିଷାକ୍ତ ମାଛ ‘କ୍ୟାଟ ଫିସ୍ ‘

ଚାନ୍ଦବାଲି :  ପୂର୍ବରୁ  ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବିରଳ  ମାଛ କ୍ୟାଟ୍ ଫିସ ଓଡ଼ିଶାର ଚାନ୍ଦବାଲିରେ ଦେଖିବାକୁ ମିଳିଛି ।  ଏହି ଅଦ୍ଭୁତ ମାତ୍ର ବିଷାକ୍ତ ମାଛକୁ ନେଇ ସ୍ଥାନୀୟ ଅଞ୍ଚଳରେ  ଚର୍ଚ୍ଚା ଜାରି ରହିଛି ।

ଭାରତଠାରୁ ହଜାର ହଜାର କିମି ଦୂର ଦକ୍ଷିଣ ଆମେରିକାର ଆମାଜନ ନଦୀର ଏହ ବିରଳ ମାଛ ପୂର୍ବରୁ ବାରଣାସୀଠାରେ ଗଙ୍ଗା ନଦୀରେ ଦେଖିବାକୁ ମିଳିଥିଲା । ହେଲେ ଏହି ମାଛ ମାଛକୁ ଏବେ ଓଡ଼ିଶାର ଚାନ୍ଦବାଲିରେ ଦେଖିବାକୁ ମିଳିଛି ।    ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏହି ବିରଳ ପ୍ରଜାତିର ମାଛ ଚାନ୍ଦବାଲିରେ ମିଳିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।  ଏହା ସ୍ଥାନୀୟ ଚର୍ଚ୍ଚାର ବିଷୟ ପାଲଟିଛି ।

ବାରରାଣୀ ରାମନଗର ଠାରେ ଏହି ବିରଳ ମାଛ ମିଳିବା ପରେ ବୈଜ୍ଞାନିକ ମାନେ ଏହି ମାଛ ଏକ ମାଂସାହାରୀ ଏବଂ ବିଷଯୁକ୍ତ , ଏହା ଆମ ଅଞ୍ଚଳର ସାମୁଦ୍ରିକ ବାତାବରଣ ପାଇଁ ବେଶ କ୍ଷତି କାରକ ବୋଲି ଚେତାଇ ଦେଇଥିଲେ ।  ତେବେ  କେବଳ ଭାରତ ନୁହେଁ ଦକ୍ଷିଣ ଏସିଅରେ ମଧ୍ୟ ଏହି ଭଳି ମାଛ ଦେଖିବାକୁ ମିଳେ ନାହିଁ ।  କିନ୍ତୁ ବାରଣାସୀ ରାମନଗର  ଡ଼ଲଫିନ ସଂଗ୍ରକ୍ଷଣ ଅଂଚଳରେ ଏହି ମାଛ ବାରମ୍ବାର ଦେଖାଯିବା  ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଭୟ ସୃଷ୍ଟି କରିଥିଲା ।  ତେବେ ଏହି ମାଛକୁ ଧରିବା ପରେ ପୁନର୍ବାର ଏହାକୁ ନଦୀରେ ନ ଛାଡ଼ିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ଭାରତ ଠାରୁ ହଜାର ହଜାର କିଲୋମିଟର ଦୂର ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏହି ମାଛ ଚାନ୍ଦବାଲିକୁ ଆସିଲା କେମିତି ।

ଆଖିକୁ ସୂନ୍ଦର ଦେଖାଯାଉଥିବା ଏହି ମାଛ ସମ୍ପର୍କରେ   ଆମ ଚାନ୍ଦବାଲି ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ବିରଳ ପ୍ରଜାତିର ମାଛକୁ କ୍ରିଷ୍ଠା ମଣ୍ଡଳ ନମଜ ଜଣେ ମତ୍ସଜୀବୀ ଧରିଥିଲେ ବୋଲି ଜାଣିବାକୁ ପାଇଥିଲେ । ତାହା ପୁଣି ନଦୀରେ ବନ୍ୟା ସମୟରେ ଭାସିଆସିଥିବା ରାସ୍ତା ଉପରୁ ପାଇଥିବା କହିଛନ୍ତି । ଦୀର୍ଘ ୧ମାସ ହେବ ଏହି ମାଛକୁ ନିଜ ଘରେଥିବା ଏକ କୁଣ୍ଡରେ ସଂରକ୍ଷିତ କରି ରଖିଛନ୍ତି । ସାଧାରଣତଃ ଏହି ମାଛକୁ ଖାଦ୍ୟ ରୁପରେ ଗ୍ରହଣ କରାଯାଉନଥିବା ବେଳେ ଆଖିକୁ ଭଲ ଦେଖାଯାଉଥିବାରୁ ମାଛଟିକୁ ସଂରକ୍ଷଣ କରି ରଖିଛନ୍ତି । ମାଛର ଦେହସାରା କଣ୍ଟାକଣ୍ଟା ରହିଥିବା ବେଳେ ତଳ ପଟେ ରହିଛି ଏହାର ପାଟି ।  ବିଲେଇ ପରି ମୁହଁ ହୋଇଥିବାରୁ ଏହାକୁ କ୍ୟାଟ୍ ଫିସ ବୋଲି କୁହାଯାଏ ।

ସମ୍ବନ୍ଧିତ ଖବର