କୁଚିଣ୍ଡା : ରାସ୍ତାରେ ବୁଲୁଥିବା ଏକ ବିରଳ ରଙ୍ଗ ବଦଳାଉଥିବା ଏଣ୍ଡୁଅକୁ ଶନିବାର ‘ସମ୍ବାଦ’ ପ୍ରତିନିଧି ଗଗନ ଶର୍ମା ଦେଖିବାକୁ ପାଇଥିଲେ। ‌ସେ ତାକୁ ଉଦ୍ଧାର କରି କୁଚିଣ୍ଡା ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗ ରେଞ୍ଜର ଶରତ ପଣ୍ଡାଙ୍କୁ ହସ୍ତାନ୍ତର କରିଥିଲେ। ପରେ ଏହି ଏଣ୍ଡୁଅକୁ ରେଞ୍ଜ ଅଫିସ ପରିସରରେ ଥିବା ଜଙ୍ଗଲ ଭିତରେ ଛାଡ଼ି ଦିଆଯାଇଥିଲା।