ଯାଜପୁରଟାଉନ/ସଦର : କିଛି ଦିନ ହେବ ବୈତରଣୀ ନଦୀ ଗର୍ଭରୁ ମିଳୁଛି ପ୍ରାଚୀନ କୀର୍ତ୍ତିରାଜି ଓ ଦେବଦେବୀଙ୍କ ମୂର୍ତ୍ତି। ଶୁକ୍ରବାର ଦିନ ନଦୀଶଯ୍ୟାର ଦେବୀଗଡ଼ା ଘାଟ ନିକଟରେ ଏକ ବିରଳ ପ୍ରାଚୀନ ପ୍ରସ୍ତର ନାରାୟଣ ମୂର୍ତ୍ତି ଉଦ୍ଧାର କରାଯାଇଛି। ନଦୀଶଯ୍ୟାରେ ଉନ୍ନୟନ କାର୍ଯ୍ୟ ପାଇଁ ଖନନ ଚାଲିଥିବା ବେଳେ ଏହି ମୂର୍ତ୍ତି ସବୁ ଦୃଶ୍ୟମାନ ହେଉଛି। ଏହା ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି। ଗତ ମାସରେ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ନିକଟରୁ ବାସୁଆ ବଳଦ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ବାହରିଥିଲା। ପ୍ରାଚୀନ କୀର୍ତ୍ତିରାଜି ଓ ମୂର୍ତ୍ତିର ସୁରକ୍ଷା ପାଇଁ ପ୍ରଶାସନ ଉଦ୍ୟମ କରୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବୈତରଣୀରୁ ମିଳିଲା ବିରଳ ନାରାୟଣ ମୂର୍ତ୍ତି
/sambad/media/post_attachments/wp-content/uploads/2021/04/jaj-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)