ବିରଳ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

କୋଟଗଡ : କୋଟଗଡ଼ ବନାଞ୍ଚଳର ଯୁବାଗୁଡା ଛକ ଠାରେ ବଜ୍ରକାପ୍ତା ବିକ୍ରି ପାଇଁ  ମୁଲଚାଲ ଚାଲିଥିବା ବେଳେ ବନ ବିଭାଗ ୨ ଅଭିଯୁକ୍ତଙ୍କୁ  ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଶ୍ରୀରାମପୁର ଅଂଚଳର ମାଟିଗାଡା ଗ୍ରାମର ତ୍ରିପତି କପାଟ ପାତ୍ର ଓ ମିଥୁନ ପଦ୍ମାସେଟ l  ଉଦ୍ଧାର ବଜ୍ରକାପ୍ତାର ଲମ୍ବ ତିନି ଫୁଟରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଓଜନ ୬ କେଜିରୁ ଅଧିକ ହୋଇଥିବା କୋଟଗଡ଼ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି। କୋଟଗଡ଼ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଏକ ଟିମ ଯୁବାଗୁଡା ଛକ ନିକଟରେ ଜଢ଼ଉ କରି ଅଭିଯୁକ୍ତ ଦ୍ବୟକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର