ଜି ବଙ୍ଗଳାରେ ପ୍ରସାରିତ ବଙ୍ଗଳାର ଲୋକପ୍ରିୟ ଟିଭି ସୋ ‘ଦାଦାଗିରି’ରେ ସୌରଭ ଏକଥା କହିଛନ୍ତି। ସୌରଭ କହିଛନ୍ତି କି ରସଗୋଲା କୋଲକାତାରେ ବେଶ୍ ପ୍ରସିଦ୍ଧ।
ମାତ୍ର ଏହା ଓଡ଼ିଶାର। ଜଗନ୍ନାଥ ମନ୍ଦିର ଇତିହାସରୁ ଏ ସୂଚନା ମିଳୁଛି ବୋଲି ସେ କହିଛନ୍ତି। ସୌରଭ ଏହି ଭିଡିଓରେ ନିଜ ପିଲାଦିନ କଥା ମଧ୍ୟ କହିଛନ୍ତି। ଯେତେବେଳେ ସେ
କଟକ କ୍ରିକେଟ ଖେଳିବାକୁ ଆସୁଥିଲେ ସେତେବେଳେ ସେ ଏଠାରେ ରସଗୋଲା ଖାଇବାକୁ ଭଲ ପାଉଥିଲେ ବୋଲି କହିଛନ୍ତି।
ବ୍ୟକ୍ତି ବିଶେଷମାନେ ଏବେ ରସଗୋଲା ଓଡ଼ିଶାର ବୋଲି ସ୍ବୀକାର କରିବା ଆରମ୍ଭ କରିଛନ୍ତି ।