ସମ୍ବଲପୁର: ବିଜେଡିର ସମସ୍ତ ପଦ ତଥା ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ। ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଦଳର ବିଭିନ୍ନ ପଦ ପଦବିରେ ଥିବା ୪୦ରୁ ଅଧିକ ପଦାଧିକାରୀ ଓ ସକ୍ରିୟ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଡା. ରାସେଶ୍ବରୀ ଦଳରୁ ଇସ୍ତଫାଦେବା ଘୋଷଣା ସମୟରେ ଭାବବିହ୍ବଳ ହୋଇଯାଇଥିଲେ। ସେ ସମ୍ବଲପୁରର ସ୍ବାଭିମାନ ପାଇଁ ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କୁ ଅଣଦଖା କରି ଅପାରଗଙ୍କୁ ଟିକେଟ୍ ଦେଇଛି। ଯାହାଙ୍କୁ ଅପାରଗ ବୋଲି ମନ୍ତ୍ରିମଣ୍ଡଳରୁ ବାହାର କରାଯାଇଥିଲା, ସେ କେମିତି ଯୋଗ୍ୟ ହେଲେ ବୋଲି ପୂର୍ବତନ ବିଧାୟିକା ଡା. ପାଣିଗ୍ରାହୀ ପ୍ରଶ୍ନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ନିର୍ବାଚନରେ ସେ ଲଢ଼ିବେ ନାହିଁ କି କୌଣସି ଦଳରେ ଯୋଗଦେବେ ନାହିଁ। କିନ୍ତୁ, ତାଙ୍କର ଜନସେବା, ସମାଜସେବା, ସମ୍ବଲପୁର ମାଟି ପାଇଁ ସେବା ଜାରି ରହିବ। ତାଙ୍କର ଯେତିକି ସମ୍ପତ୍ତି ଅଛି, ମୃତ୍ୟୁପରେ ତାଙ୍କ ନାଁରେ ଗଠିତ ‘ଡା. ରାସେଶ୍ବରୀ ପାଣିଗ୍ରାହୀ ୱେଲ୍ଫେୟାର୍ ଟ୍ରଷ୍ଟ’କୁ ଚାଲିଯିବ ବୋଲି ସେ କହିଥିଲେ।
ଡା. ପାଣିଗ୍ରାହୀଙ୍କ ସହ ମହାନଗର ନିଗମ ବିଜେଡି ସଭାପତି ସତୀଶ ବିଶି, ଜିଲ୍ଲା ଉପ ସଭାପତି ସୁମନ୍ତ୍ର ପଣ୍ଡା, ଦେବାଶିଷ ନନ୍ଦ, ଜିଲ୍ଲା ସାଧାରଣ ସମ୍ପାଦକ ଭୋଳାଶଙ୍କର ମହତ୍ତମ, ପ୍ରଦୀପ ରାଉତରାୟ, ଜିଲ୍ଲା ସମ୍ପାଦକ ଲିଙ୍ଗରାଜ ପରିଡ଼ା, ଜଗନ୍ନାଥ ଚୌଧୁରୀ, ଭବେଶ ଚାନ୍ଦ, ରମାକାନ୍ତ ସାହୁ, ଉମାପତି ତ୍ରିପାଠୀ, ତରଣୀସେନ ଚାନ୍ଦ, ରାଜକୁମାର ନିହାଲ, ଆରତି ରାଉତ, ଶାନ୍ତିଲତା ମହାନ୍ତି, ପଦ୍ମିନୀ ମହାରଣା, ସୁକାନ୍ତି ବାରିକ, ସୀତା ପ୍ରଧାନ, ବୃନ୍ଦା କଟାଙ୍କ ସହ ୪୧ ଜଣ ବିଜେଡିରୁ ଇସ୍ତଫା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fhsffsfshfshf.jpg)