ବାରିପଦା: ୪ କୋଟି ଟଙ୍କାର ଷ୍ଟାମ୍ପ ଦେୟ ହଡ଼ପ ମାମଲାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଖଣ୍ଡାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ୨୦୧୭ ମସିହାରେ ସେ କୋରାପୁଟ ଜିଲ୍ଲା ପଟାଙ୍ଗୀ ତହସିଲଦାର ଓ ଉପନିବନ୍ଧକ ଦାୟିତ୍ୱରେ ଥିବା ସମୟରେ ଷ୍ଟାମ୍ପ ଦୁର୍ନୀତି ହୋଇଥିଲା। ରାଜସ୍ବ ବିଭାଗଠାରୁ ନିଲମ୍ବନ ଆଦେଶ ଆସିବା ପରେ ଶ୍ରୀ ଖଣ୍ଡା ଗତକାଲିଠାରୁ ଛୁଟିରେ ଥିବା ବ୍ଲକ୍ କାର୍ଯ୍ୟାଳୟରୁ ଜଣାପଡ଼ିଛି। ସେ ୨୦୧୯ ଡିସମ୍ବେର ୧୬ରେ ରାସଗୋବିନ୍ଦପୁର ବ୍ଲକ୍ରେ ବିଡିଓ ଭାବେ ଯୋଗ ଦେଇଥିଲେ।
ଦୁର୍ନୀତି ଅଭିଯୋଗରେ ରାସଗୋବିନ୍ଦପୁର ବିଡିଓ ନିଲମ୍ବିତ
/sambad/media/post_attachments/wp-content/uploads/2022/03/24f599df-4e7e-448e-90d9-2ded979b6e9c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)