ରଶ୍ମି ସାହୁଙ୍କୁ ଅନ୍ତର୍ଜାତୀୟ ମହିଳା ଉଦ୍ୟୋଗୀ ସମାବେଶରେ ମିଳିଲା ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ପୁରସ୍କାର

ବିଶେଶ୍ୱର ଫୁଡ଼ ଉଦ୍ୟୋଗ ‘ଆଇଡବ୍ଲ୍ୟୁଇସି’ର ଶ୍ରେଷ୍ଠ ଉଦ୍ୟୋଗ

ଭୁବନେଶ୍ବର: କଟକସ୍ଥିତ ବିଶେଶ୍ଵର ଫୁଡୁ (ଫାର୍ମ-ବି) ଉଦ୍ୟୋଗର ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ରଶ୍ମି ସାହୁ ଚଳିତ ବର୍ଷ ସ୍ପେନର ମାଦ୍ରିଦ୍‌ରେ ଆଇଡବ୍ଲ୍ୟୁଇସି ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଅର୍ନ୍ତଜାତୀୟ ମହିଳା ଉଦ୍ୟୋଗୀ ସମାବେଶ ୨୦୨୨ରେ ସମ୍ମାନଜନକ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନ-୨୨ ଜିଣିଛନ୍ତି।

ଅନେକ ପ୍ରତିଭାବାନ ମହିଳା ଉଦ୍ୟୋଗୀମାନଙ୍କୁ ନେଇ ସ୍ପେନରେ ଆୟୋଜିତ ହୋଇଥିବା ‘ଅର୍ନ୍ତଜାତୀୟ ମହିଳା ଉଦ୍ୟୋଗୀ ସମାବେଶ ୨୦୨୨’ରେ ସମଗ୍ର ଭାରତରୁ ମାତ୍ର ୩ଜଣ ମହିଳା ଉଦ୍ୟୋଗୀ ସାମିଲ ହେବା ପାଇଁ ସୁଯୋଗ ପାଇଥିବା ବେଳେ ଓଡ଼ିଶାର ଏକମାତ୍ର ମହିଳା ଉଦ୍ୟୋଗୀ ଭାବେ ଶ୍ରୀମତୀ ସାହୁ ଯୋଗ୍ୟ ବିବେଚିତ ହୋଇଥିଲେ। ଓଡ଼ିଶାର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଶ୍ୱର ଫୁଡ୍ ପ୍ରାଇଭେଟ୍ ଲି (ଫାର୍ମ-ବି)ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଭାବରେ ସେ ଚୟନ ପ୍ରକ୍ରିୟାରେ କୃତିତ୍ୱ ଅର୍ଜନ କରିଛନ୍ତି।

ଓଡ଼ିଶାରେ ଜନ୍ମିତ ଶ୍ରୀମତୀ ସାହୁ ବିଭିନ୍ନ ଦେଶ ଭ୍ରମଣ କରି ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଫୁଡ୍ ପ୍ୟାକେଜିଂ କ୍ଷେତ୍ରରେ ବେଶ୍ ଅଭିଜ୍ଞତା ଅର୍ଜନ କରିବା ସହ ଇଟାଲିଆନ୍ ଓ ମାଧ୍ୟମରେ ବିଭିନ୍ନ ପ୍ରକାର କୃଷିଭି ଭିତ୍ତିକ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ଯଥା – ଓଟ୍ସ, କର୍ଣ୍ଣଫ୍ଲେକ୍ସ, ମ୍ୟୁସେଲି, ଚକୋଚିସ, ଗ୍ଲୁଟିନ୍ ଫ୍ରି ଅଟା, କୁକିଜ୍ ଆଦି ପ୍ରସ୍ତୁତ କରିପାରୁଛନ୍ତି । ଓଡ଼ିଶାର ଘରେ ଘରେ ପରିଚିତ ରୁଚି ଉଦ୍ୟୋଗ ଅଧୀନସ୍ଥ ଫ୍ରୋଜିଟ୍‌ର ମଧ୍ୟ ପ୍ରତିଷ୍ଠାତା ହେଉଛନ୍ତି ରଶ୍ମି ସାହୁ । ଫ୍ରୋଜିଟ୍ ଓଡ଼ିଶାର ପ୍ରଥମ ଫ୍ରୋଜନ୍ ଫୁଡ୍ ଉଦ୍ୟୋଗ ହୋଇଥ‌ିବା ବେଳେ ଶ୍ରୀମତୀ ସାହୁ ଫ୍ରୋଜିଟ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଯୁଗୋପଯୋଗୀ ରେଡି-ଟୁ-ଇଟ୍, ରେଡ଼ି-ଟୁ-କୁକ୍, ପ୍ରିମିୟମ୍, ମୃଦୁପାନୀୟ ଓ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ (ଚୁଡ଼ା ପାଉଡ଼ର, ସତୁ, ଦଲିଆ, ମାଣ୍ଡିଆ ଇତ୍ୟାଦି) ପ୍ରସ୍ତୁତ କରିପାରିଛନ୍ତି । ଏହି ସମସ୍ତ ଖାଦ୍ୟ ପଦାର୍ଥ ଓଡ଼ିଶା ଓ ଓଡ଼ିଶା ବାହାରେ (ପୋଡ଼ପିଠା) ଓ କ୍ଷୀରିକୁ ସ୍ଵତନ୍ତ୍ର ପ୍ୟାକେଜିଂ ମାଧ୍ୟମରେ ଫ୍ରୋଜିଟ୍ ଦେଶବିଦେଶରେ ଖାଉଟିମାନଙ୍କୁ ପରଷିବାରେ ସଫଳ ହୋଇପାରିଛି।

ଡ. ଶରତ କୁମାର ସାହୁଙ୍କ ସୁକନ୍ୟା ହେଉଛନ୍ତି ରଶ୍ମି ସାହୁ । ଜଣେ ସଫଳ ପିତାଙ୍କର ପଦାଙ୍କ ଅନୁସରଣ କରି ଶ୍ରୀମତୀ ସାହୁ ଖୁବ୍ କମ୍ ବୟସରେ ସ୍ଵଳ୍ପ ସମୟ ମଧ୍ୟରେ ଓଡ଼ିଶା,ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଆସାମ ଆଦି ରାଜ୍ୟରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିପାରିଥିବା ବେଳେ ନିକଟ ଅତୀତରେ ପାଖାପାଖୁ ୧୦ଟି ଦେଶ ପରିଭ୍ରମଣ କରିବା ସହ ୧୦୦ରୁ ଊର୍ଦ୍ଧ୍ଵ ଜାତୀୟ ଓ ଅନ୍ତର୍ଜାତୀୟ ଖାଦ୍ୟ ସମ୍ମିଳନୀ ଓ ସମାବେଶ ପ୍ରତିନିଧିତ୍ୱ କରିସାରିଛନ୍ତି ।  ଆଇଡବ୍ଲ୍ୟୁଇସି ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନ – ୨୦୨୨ ନିଶ୍ଚୟ ତାଙ୍କ ପାଇଁ, ଓଡ଼ିଶା ପାଇଁ ଓ ସର୍ବୋପରି ଭାରତ ପାଇଁ ଏକ ଗର୍ବ ଓ ଗୌରବର ଏହି ପୁରସ୍କାର ତାଙ୍କୁ ଆଗକୁ ବଢିବାରେ ନିଶ୍ଚୟ ପ୍ରେରଣା ଯୋଗାଇବା ସହ ଅର୍ନ୍ତଜାତୀୟ ବଜାରରେ ଫାର୍ମ-ବି, ଫ୍ରୋଜିଟ୍ ଓ ରୁଚିର ମାନକୁ ଆହୁର ବୁଦ୍ଧି କରିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଶ୍ରୀମତୀ ସାହୁ ତାଙ୍କର ସଫଳତାର ଶ୍ରେୟ  ନିଜର ପିତା ଡ଼. ଶରତ କୁମାର ସାହୁଙ୍କୁ, ସାରା ଓଡ଼ିଶାବାସୀଙ୍କୁ ଓ ତାଙ୍କର ସହକର୍ମୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ସମ୍ବନ୍ଧିତ ଖବର