ଆର୍‌ଏସ୍‌ବିୱାଇ କର୍ମଚାରୀଙ୍କୁ ବିଏସ୍‌କେୱାଇରେ ନିଯୁକ୍ତି ଦିଆଯାଉ

ଭୁବନେଶ୍ବର : ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା (ଆର୍‌ଏସ୍‌ବିୱାଇ) ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ରେ କାର୍ଯ୍ୟରତ ସମସ୍ତ ପ୍ରୋଟୋକଲ ମ୍ୟାନେଜରଙ୍କୁ (ଫାର୍ମାସିଷ୍ଟ ଓ ସ୍ବାସ୍ଥ୍ୟ ମିତ୍ର) ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନିଯୁକ୍ତି ଦେବାକୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା କର୍ମଚାରୀମାନେ ଦାବି କରିଛନ୍ତି। ସଂଘର ସଭାପତି ଗଙ୍ଗାପାଣି ବେହେରା ଏବଂ ସମ୍ପାଦକ ସଞ୍ଜୟ କୁମାର ସାହୁ କହିଛନ୍ତି ଯେ, ୨୦୧୧ ମସିହାରୁ ରାଜ୍ୟରେ ପ୍ରାୟ ୫୦୦ରୁ ଅଧିକ ପ୍ରୋଟୋକଲ ମ୍ୟାନେଜର ଆର୍‌ଏସ୍‌ବିୱାଇ ଏବଂ ବିକେକେୱାଇରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଗତ ଡିସେମ୍ବର ୧ରୁ ଆର୍‌ଏସ୍‌ବିୱାଇ ବନ୍ଦ ହୋଇ ଯାଇଥିବାବେଳେ ଜୁଲାଇ ୩୧ରୁ ବିକେକେୱାଇ ବନ୍ଦ ହୋଇଯିବ। ଏହା ବିଏସ୍‌କେୱାଇ ଅଧୀନରେ ଯିବ। ହେଲେ ୮ବର୍ଷ କାର୍ଯ୍ୟ କରିଥିବା ପ୍ରୋଟୋକଲ୍‌ ମ୍ୟାନେଜରଙ୍କୁ ରାଜ୍ୟ ସରକାର ବିଏସ୍‌କେୱାଇରେ ସାମିଲ୍ କରିବା ନେଇ କିଛି ନିଷ୍ପତ୍ତି ନେଇନାହାନ୍ତି। ଏହାଦ୍ବାରା ୫୦୦ରୁ ଅଧିକ କର୍ମଚାରୀ ଏବେ ଚାକିରି ହରାଇବା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ରାଜ୍ୟ ସରକାର ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ପକ୍ଷରୁ ଆଜି ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବା‌ଦିକ ସମ୍ମିଳନୀରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର