ରାଉରକେଲା: ପୁଣି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ରାଉରକେଲାର ରଶ୍ମିରଞ୍ଜନ ସ୍ୱାଇଁ। ସେ ଆସନ୍ତା ଏକ ତାରିଖରେ ଜମ୍ମୁ କଶ୍ମୀରର ପୁଲିସ ଡିଜି ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଉରକେଲାସ୍ଥ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି।

Advertisment

publive-image

ବାପା କ୍ୟାପଟେନ କାମଦେବ ସ୍ୱାଇଁ ସେନାବାହିନୀର ଜଣେ ବରିଷ୍ଠ ଅଧିକାରୀ ଥିଲେ। ତାଙ୍କର ଏକମାତ୍ର ପୁଅ ରଶ୍ମିରଞ୍ଜନ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଲେ।ରଶ୍ମିରଞ୍ଜନ ରାଉରକେଲା ପୁଲିସ ହାଇସ୍କୁଲରେ ତୃତୀୟରୁ ପଞ୍ଚମ ପାଠପଢିଥିଲେ। ପରେ ଭୁବନେଶ୍ବର ସୈନିକ ସ୍କୁଲରେ ଦଶମ ପାଶ କରି କଟକର ରେଭେନ୍ସା କଲେଜ ପଢିଥିଲେ। ପରେ ଦିଲ୍ଲୀ ଜେଏନୟୁରେ ପାଠପଢ଼ା ଶେଷ କରି ୟୁପିଏସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।