ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ

ନୂଆଦିଲ୍ଲୀ: ବିଶିଷ୍ଟ ଜନନେତ୍ରୀ, ସୁସାହିତ୍ୟିକ ତଥା ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଇଥିଲା। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ବିଟି ଯୋଗ ଜଣାଇଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ରାଜ୍ୟପାଳ ଜୟନ୍ତୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ଖବର ପାଇ ମୁଁ ମର୍ମାହତ।

ସେ ପୂର୍ବତନ ସାଂସଦ ଥିଲେ। ଏଥି ସହିତ ଜଣେ ବିଶିଷ୍ଟ ସାମାଜିକ କର୍ମୀ ଥିଲେ। ନିଶ୍ବାର୍ଥ ପର ଭାବେ ସେ ଲୋକଙ୍କ ସେବା କରୁଥିଲେ। ତେବେ ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗ, ଆତ୍ମୀୟସ୍ବଜନଙ୍କୁ ସମବେଦନା ଜଣାଉଛି। ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି ବୋଲି ଟ୍ବିଟ ଯୋଗେ ରା‌ଷ୍ଟ୍ରପତି ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର