ନୂଆଦିଲ୍ଲୀ: ଗାନ୍ଧିଜୀଙ୍କ ପୂଣ୍ୟତିଥି ତଥା ସହିଦ ଦିବସ ଅବସରରେ ରାଷ୍ଟ୍ରୀୟ ସରାବବନ୍ଦୀ ସଂଯୁକ୍ତ ମୋର୍ଚ୍ଚା, ପ୍ରାଉଟିଷ୍ଟ କ୍ଲବ, ଇଣ୍ଡିଆ ଏବଂ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସମ୍ମିଳିତ ଉଦ୍ୟମରେ ଏକ ମଦମୁକ୍ତ, ଅପରାଧ ମୁକ୍ତ, ଗରିବୀ ମୁକ୍ତ ଭାରତ ନିର୍ମାଣ ଦାବିରେ ଏକ ଦିବସୀୟ ରାଷ୍ଟ୍ରୀୟ ସତ୍ୟାଗ୍ରହ ଦିଲ୍ଲୀର ଜନ୍ତରମନ୍ତର ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଭାରତର ପ୍ରାୟ ୧୧ଟି ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ୱ ନିଶା ବିରୋଧୀ ସଂଗ୍ରାମୀ ମହିଳା ଓ ପୁରୁଷ ନେତୃବୃନ୍ଦ ଯୋଗଦେଇଥିଲେ । ‘ସ୍ୱରାଜ’ ଅଭିଯାନର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଯୋଗେନ୍ଦ୍ର ଯାଦବ, ପି.ବି.ଆଇର ରାଷ୍ଟ୍ରୀୟ ସଂଯୋଜକ ଆଚାର୍ଯ୍ୟ ସନ୍ତୋଷାନନ୍ଦ ଅବଧୁତ, ରାଷ୍ଟ୍ରୀୟ ସରାବ ବନ୍ଦୀ ସଂଯୁକ୍ତ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଲତାନ ସିଂହ ଏବଂ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ବରିଷ୍ଠ ନେତ୍ରୀ ଶ୍ରମତୀ ବାଣୀ ମରୀ ଦାସ, କବିତାରାଣୀ ପରିଡା, କାହ୍ନଚରଣ ବେହୁରା ଓ ମଳୟ ତ୍ରିପାଠୀ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ‘ମୋନା’ର ସଭାପତି ତଥା ‘ମଦମୁକ୍ତ ଭାରତ’ର ଆବାହକ ଶ୍ରୀମତୀ ପଦ୍ମଚରଣ ନାୟକଙ୍କ ଅସୁସ୍ଥତା ଜନିତ ଅନୁପସ୍ଥିତି କାରଣରୁ ପଠାଇଥିବା ଶୁଭେଚ୍ଛାବାର୍ତ୍ତା ପାଠ କରାଯିବା ସହ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଦିନ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲୁ ରହିଥିଲା । କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ଉତ୍ତରାଖଣ୍ଡର ମଦମୁକ୍ତି କାର୍ଯ୍ୟକ୍ରମର ମୁଖ୍ୟ ଜ୍ୟୋତି ବାବାଙ୍କ ଆହ୍ଵାନକ୍ରମେ ଏକ ମିଳିତ ଶପଥ ପାଠ କରାଯିବା ସହ ଭାରତ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ‘ମଦମୁକ୍ତି ଭାରତ’ ଦାବିରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ଦିଲ୍ଲୀରେ ଉପସ୍ଥିତ ଥିବା ଭାରତର ମଦ ନିଷେଧ କ୍ଷେତ୍ରରେ ବଳିଷ୍ଠ ଉଦାହରଣ ସୃଷ୍ଟି କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ‘ମୋନା’ର ବରିଷ୍ଠ ନେତ୍ରୀ ବାଣୀଦାସ ଏବଂ ଶ୍ରୀ ଗିରିଜା ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଓଡିଶାକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/BBSR.jpg)