ପୁରୀ :ଗର୍ଭଗୃହରେ ମୂଷା। ଖାଇଯାଉଛି ମହାପ୍ରଭୁଙ୍କ ପଲଙ୍କ ଗଦି। କ୍ରମାଗତ ଖାଇ ଚାଲିଥିବାରୁ ଚିନ୍ତା ବଢ଼ିଛି। ପରିସ୍ଥିତି ଉଦ୍ବେଗଜନକ ହୋଇଛି। ମୂଷା ଧରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଯୋଜନା କରିଛି। ଗର୍ଭଗୃହରେ ଯନ୍ତା ବସିଛି। ଯନ୍ତାରେ କଖାରୁ ଲାଗିଛି। ହେଲେ ମୂଷା ଖାଇବାକୁ ଆସୁନି। ରାତିରେ ଯେମିତି ରଖା ଯାଇଥିଲା ଯନ୍ତାକୁ ସକାଳେ ସେମିତି ବାହାର କରାଯାଉଛି। ମୂଷାକୁ ଯନ୍ତାଆଡକୁ ଆକର୍ଷିତ କରିବା ପାଇଁ ଗତକାଲି ଗୁଆଘିଅ ମଧ୍ୟ ଲଗାଯାଇଥିଲା। ହେଲେ ଆଜି ସକାଳେ ଯନ୍ତା ସେମିତି ରହିଛି। ଏଣେ ଗଦି ତକିଆକୁ ମୂଷା ଖାଇ ଚାଲିଛି। ଏଭଳି ଏକ ବିଚିତ୍ର ସ୍ଥିତି ଗର୍ଭଗୃହରେ ସୃଷ୍ଟି ହୋଇଛି। ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥା କରାଇଛି ମୂଷା। ମହାପ୍ରଭୁଙ୍କ ସେବାରେ ଏ ଯାବତ୍ କୌଣସି ବୁଝାମଣା କରାଯାଇନଥିବା ବେଳେ ସାମାନ୍ୟ ମୂଷା ନୟାନ୍ତ କରିଛି। କୌତୁହଳପ୍ରଦ ହେଉଛି ମୂଷାକୁ କାଟିବା ବେଳେ କେହି ଦେଖିନାହାନ୍ତି। ଯେଉଁ ଢ଼ଙ୍ଗରେ ଗଦି ତକିଆ କଟାଯାଉଛି ସେ ଢ଼ଙ୍ଗରେ କେବଳ ମୂଷା ହିଁ କାଟି ପାରେ ବୋଲି ଅନୁମାନ କରାଯାଉଛି। ଗର୍ଭଗୃହରେ ଏହି ପଲଙ୍କ ସହ ଗଦି ରହୁଛି। ସମସ୍ତ ନୀତି ଶେଷ ହେବା ପରେ ଏହି ପଲଙ୍କକୁ ବିଜେ କରାଯାଉଛି। ତେବେ ପ୍ରତ୍ୟହ ଏହି ଗଦି କଟିଥିବା ଦେଖାଯାଉଛି।
ଗର୍ଭଗୃହରେ ମୂଷା ଖାଇଯାଉଛି ପଲଙ୍କ,ଗଦି : ବସୁଛି ଯନ୍ତା, ଧରାପଡ଼ୁନି
/sambad/media/post_attachments/wp-content/uploads/2017/12/puri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)