ଆପଣଙ୍କ ଅଞ୍ଚଳରେ ଅଟା,ଡାଲି ଓ ପିଆଜର ପ୍ରକୃତ ମୂଲ୍ୟ କେତେ ଜାଣିଛନ୍ତି କି ?

ଭୁବନେଶ୍ୱର: ଆପଣଙ୍କ ଅଞ୍ଚଳରେ କେତେ ଟଙ୍କାରେ ମିଳେ ଅଟା, ଡାଲି, ପିଆଜ ଓ ଚିନିର ମୂଲ୍ୟ ଜାଣିଛନ୍ତି କି ? ଏହି ଦରଠାରୁ ଆପଣଙ୍କ ପାଖରୁ କେହି ଅଧିକ ଟଙ୍କା ନେଉଛନ୍ତି କି ? ତେବେ କେତେ ଟଙ୍କାରେ ଆପଣ ସଠିକ ମୂଲ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଖାଦ୍ୟ କିଣିପାରିବେ ତାହାର ମୂଲ୍ୟ ଆମେ ଆପଣଙ୍କୁ କହିବୁ | ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମୂଲ୍ୟ ମୁତାବକ (୨୦ ସେପ୍ଟେମ୍ବର ସୁଦ୍ଧା) ଆମେ ଆପଣଙ୍କୁ ପାଞ୍ଚଟି ସ୍ଥାନର ମୂଲ୍ୟ ବାବଦରେ କହିବୁ |

କଟକରେ ଅଟା କିଲୋ ପିଛା ୩୩ ଟଙ୍କା ରହିଥିବାବେଳେ ଭୁବନେଶ୍ୱରରେ ମୂଲ୍ୟ ରହିଛି ୩୫ ଟଙ୍କା | ସେହିପରି ବ୍ରହ୍ମପୁର ଓ ସମ୍ବଲପୁରରେ ଅଟା କିଲୋ ପିଛା ମୂଲ୍ୟ ରହିଛି ୩୨ ଟଙ୍କା | ରାଉରକେଲାରେ ଅଟା କିଲୋ ପିଛା ମୂଲ୍ୟ ରହିଛି ୩୧ ଟଙ୍କା | ସେହିପରି ହରଡ଼ ଡାଲିର ମୂଲ୍ୟ କଟକ ଓ ବ୍ରହ୍ମପୁରରେ ୮୪ ଟଙ୍କା ଥିବାବେଳେ ଭୁବନେଶ୍ୱର,ସମ୍ବଲପୁର ଓ ରାଉରକେଲାରେ କିଲୋପିଛା ୮୫ ଟଙ୍କା ମୂଲ୍ୟ ରହିଛି |

କଟକରେ ପିଆଜ କିଲୋ ପିଛା ମୂଲ୍ୟ ୪୭ ଟଙ୍କା ରହିଥିବାବେଳେ ଭୂବନେଶ୍ୱରରେ ପିଆଜ କିଲୋ ପିଛା ୫୦ ଟଙ୍କା ଥିବାବେଳେ ବ୍ରହ୍ମପୁରରେ ୪୨ ଟଙ୍କା କିଲୋ ପିଛା ପିଆଜ ମିଳୁଛି | ସେହିପରି ସମ୍ବଲପୁର ଓ ରାଉରକେଲାରେ ପିଆଜର ମୂଲ୍ୟ ରହିଛି ୪୮ ଟଙ୍କା |

ସମ୍ବନ୍ଧିତ ଖବର