ପ୍ରଭୁ ବଳଭଦ୍ରଙ୍କ ରଥ ନିର୍ମାଣ ବେଳେ ବିଶ୍ୱକର୍ମା ସେବାୟତ ଆହତ, ହସ୍‌ପିଟାଲରେ ଭର୍ତ୍ତି

ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ ସମୟରେ ରବିବାର ଅଘଟଣ ଘଟିଛି । ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ନିର୍ମାଣ କାମ ଚାଲିଥିବା ବେଳେ ବିଶ୍ୱକର୍ମା ସେବାୟତ ଆହତ ହୋଇଛନ୍ତି । ଆହତ ମହାରଣା ହେଲେ ହେଲେ ପୁରୀ ସଦର ଅନ୍ତର୍ଗତ ଗୋପୀନାଥପୁରର ବଂଶୀଧର ମହାରଣା ।

ସୂଚନା ଅନୁସାରେ ବଂଶୀଧର ରଥ କାମ ସମୟରେ ମୁଗୁର ଧରିଥିଲେ । ତାଙ୍କର ଅନ୍ୟ ଜଣେ ସହଯୋଗୀ ହାତୁଡ଼ି ପିଟିଲା ବେଳକୁ ଏହା ବଂଶୀଧରଙ୍କ ଆଖି ତଳକୁ ବାଜିଥିଲା । ଅଘଟଣା ପରେ ତାଙ୍କୁ ଯଥାଶୀଘ୍ର ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନ୍ସରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ବଂଶୀଧରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ରଥ ନିର୍ମାଣ ସମୟରେ ପୂର୍ବରୁ ମଧ୍ୟ ଏଭଳି ଅଘଟଣ ଘଟିଥିବାର ସୂଚନା ରହିଛି । କିନ୍ତୁ ଚଳିତ ବର୍ଷ ରଥ ନିର୍ମାଣ ସମୟରେ ବିଶ୍ୱକର୍ମା ସେବାୟତ ଆହତ ହେବା ପ୍ରଥମ ଘଟଣା । ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ୨ ସପ୍ତାହ ପରେ (୨୦୨୧ ଜୁଲାଇ ୧୨) ଆୟୋଜନ ହେବ । ରଥଯାତ୍ରା ପାଇଁ ବିଶ୍ୱକର୍ମା ସେବାୟତ ମାନେ ରଥ ନିର୍ମାଣ କାମକୁ ଜୋରଦାର କରି ଦେଇଛନ୍ତି । କିନ୍ତୁ ଆଜି ଜଣେ ସେବାୟତ ରଥ କାମ ଚାଲିଥିବା ବେଳେ ଆହତ ହେବା ଘଟଣା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ।

ସମ୍ବନ୍ଧିତ ଖବର