ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ମାମଲାର ଶୁଣାଣି

ପୁରୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟର ପୁନଃବିଚାର ପାଇଁ ଏକାଧିକ ଆବେଦନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟର ୩ ନମ୍ବର ଭର୍ଚୁଆଲ୍ କୋର୍ଟରେ ଆସନ୍ତା ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ଲାଗି ସମୟ ସ୍ଥିର ହୋଇଛି। ସୁପ୍ରିମକୋର୍ଟର ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟ ଏହି ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ଏ ପଟେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଆଜି ବର୍ଷିଛନ୍ତି। ସେ ସିଧାସଳଖ କହିଛନ୍ତି, ରଥଯାତ୍ରା ପରମ୍ପରା ବନ୍ଦ ପୂର୍ବରୁ ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ଅଣଦେଖା କରାଯାଇଛି। ତାଙ୍କ ସହ ଆବଶ୍ୟକ ବିଚାରବିମର୍ଶ କରାଯାଇନି। ଏଭଳି ଆଦେଶ ଦେବା ପୂର୍ବରୁ ପର୍ଯ୍ୟାପ୍ତ ଆଲୋଚନା ଓ ବିଚାରବିମର୍ଶର ଆବଶ୍ୟକତା ଥିଲା। କିନ୍ତୁ ସେଭଳି ନଚକରି ଶହ ଶହ ବର୍ଷର ପରମ୍ପରାକୁ ବିଲୋପ କରିଦେବାକୁ ଚେଷ୍ଟା କରାଯାଇଛି। ଏଭଳି ହେଲେ ମହାପ୍ରଭୁ କେବେ ବି କ୍ଷମା ଦେବେନି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।

ସମ୍ବନ୍ଧିତ ଖବର