କେବଳ ପୁରୀରେ ଗଡ଼ିବ ମହାପ୍ରଭୁଙ୍କ ରଥ: ଜାଣନ୍ତୁ ରଥ ଟାଣିବା ପାଇଁ କେଉଁମାନେ ପାଇବେ ଅନୁମତି?

ପୁରୀ: ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତେବେ ରଥଯାତ୍ରାରେ କେଉଁମାନେ ସାମିଲ ହୋଇପାରିବେ ଏନେଇ ସବିଶେଷ ସୂଚନା ଏସଆରସି ପକ୍ଷରୁ ଦିଆଯାଇଛି । ରଥଯାତ୍ରାରେ କୌଣସି ଭକ୍ତ ସାମିଲ ହୋଇପାରିବେ ନାହିଁ । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ ।

ସେହିଭଳି ଗୋଟିଏ ରଥରେ ୫୦୦ ସେବାୟତରୁ ଅଧିକ ରହିବେ ନାହିଁ । ଯେଉଁ ସେବାୟତ ଦୁଇ ଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବ, ସେମାନେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଯାତ୍ରାରେ ସାମିଲ ହୋଇପାରିବେ । ଏହା ବାଦ୍ ୪୮ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ସେବାୟତ ମଧ୍ୟ ରଥଯାତ୍ରାରେ ସାମିଲ ହୋଇପାରିବେ । ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ସମ୍ପନ୍ନ ହେବ । ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ । ପୁରୀରେ ରଥଯାତ୍ରା ସମୟରେ କର୍ଫ୍ୟୁ ଲାଗୁ ରହିବ ।

ସମ୍ବନ୍ଧିତ ଖବର