ପୁରୀ : ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ସିଧା ପ୍ରସାରଣ ବିକ୍ରି (ଟେଣ୍ଡର) ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦର ଆଜି ଅନ୍ତ ଘଟିଛି। ଶ୍ରୀମନ୍ଦିର ପ୍ରଶାସନ ପୂର୍ବବତ୍ ସମସ୍ତ ଟିଭି ଚ୍ୟାନେଲକୁ ସିଧା ପ୍ରସାରଣର ସୁଯୋଗ ଦେଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଓ ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ ୮ଟି ଟିଭି ଚ୍ୟାନେଲ୍ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଟିଭି ଚ୍ୟାନେଲ୍ଗୁଡିକ ରଥଯାତ୍ରା ସିଧା ପ୍ରସାରଣରେ ବିଜ୍ଞାପନଜନିତ ବ୍ୟାବସାୟିକ ଅଭିବୃଦ୍ଧି କରୁଥିବା କାରଣରୁ କିଛି ଅର୍ଥ ମନ୍ଦିର ପ୍ରଶାସନକୁ ଅନୁଦାନ ଆକାରରେ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏଥିରେ ଟିଭି ଚ୍ୟାନେଲଗୁଡିକ ସହମତି ପ୍ରକାଶ କରିଥିଲେ। ତେବେ ଏଥର ରଥଯାତ୍ରା ସିଧା ପ୍ରସାରଣ ବେଳେ ଘୋଷକଙ୍କ ଉପରେ ମନ୍ଦିର ପ୍ରଶାସନ କଟକଣା ଲଗାଇଛି। ସମସ୍ତ ଟିଭି ଚ୍ୟାନେଲ୍ ପୂର୍ବରୁ ସେମାନଙ୍କ ଘୋଷକଙ୍କ ତାଲିକା ଦେବେ। ଜଗନ୍ନାଥ ସଂସ୍କୃତି ବାହାରେ କିଛି କଥା କହିବେ ନାହିଁ। ଏ ସଂପର୍କରେ ଚ୍ୟାନେଲ୍ଗୁଡିକ ଘୋଷକମାନଙ୍କୁ ଅବଗତ କରାଇବେ ବୋଲି ନିଷ୍ପତ୍ତି ହୋଇଛି। ବୈଠକ ସରିବା ପରେ ମୁଖ୍ୟ ପ୍ରଶାସକ ଚ୍ୟାନେଲ କର୍ତୃପକ୍ଷଙ୍କ ସହିତ ରୁଦ୍ଧଦ୍ବାର ଘରେ ଅନୁଦାନ ସଂପର୍କରେ ଆଲୋଚନା କରିଥିଲେ। କିଏ କେତେ ଅନୁଦାନ ଦେବ, ସେ କଥା ଅନ୍ୟ ଟିଭି ଚ୍ୟାନେଲଙ୍କ ନିକଟରେ ଗୋପନ ରଖିବାକୁ ମନ୍ଦିର ପ୍ରଶାସନ ଏଭଳି ପନ୍ଥା ଅନୁସରଣ କରିଥିବା କୁହାଯାଉଛି।
ତୁଟିଲା ଘୋଷଯାତ୍ରା ପ୍ରସାରଣ ଅଧିକାର ବିବାଦ, ସବୁ ଚ୍ୟାନେଲ୍ କରିପାରିବେ ସିଧା ପ୍ରସାରଣ
ରୁଦ୍ଧଦ୍ବାର ଘରେ ଅନୁଦାନ ମାଗିଲେ ମନ୍ଦିର କର୍ତ୍ତୃପକ୍ଷ
/sambad/media/post_attachments/wp-content/uploads/2019/06/Puri_Ratha_Yatra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)