ଶ୍ରୀକ୍ଷେତ୍ରରେ ରଥର ନିର୍ମାଣ କୌଶଳ ଯେତିକି ଭିନ୍ନ, ବିଭିନ୍ନ ଅଂଶର ନାମକରଣ ସେତିକି ରୋଚକ। ରଥ ଚକଠୁ ନେଇ ଅଗ୍ର ଭାଗରେ ବାନା ପର୍ଯ୍ୟନ୍ତ ପ୍ରତ୍ୟେକଟି ଅଂଶର ନାମ ଭିନ୍ନ ଭିନ୍ନ ରହିଛି। ରଥକାରମାନେ ରଥ ନିର୍ମାଣ ବେଳେ ଏ ସମସ୍ତ ଅଂଶକୁ ଭିନ୍ନ ଭିନ୍ନ ନାମରେ କାମ ସରିବା ନେଇ ସଙ୍କେତ ଦିଅନ୍ତି। କେତେକ ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ ଓ ନିର୍ଦ୍ଧାରିତ ଦିନମାନଙ୍କରେ ମଧ୍ୟ ରଥର ସ୍ବତନ୍ତ୍ର ଅଂଶର ନିର୍ମାଣ କାର୍ଯ୍ୟ ଶେଷ କରିବାର ବିଧି ରହିଛି। ମହାପ୍ରଭୁଙ୍କର ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଯାତ୍ରା ଦିନ ଚକ-ଅଖ ଡେରା ନୀତି ସମ୍ପାଦନା ହେବାର ବିଧି ପ୍ରଚଳିତ ହୋଇଆସୁଛି। ରଥର ବିଭିନ୍ନ ଅଂଶକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଥାଏ। ରଥର ବିଭିନ୍ନ ଅଂଶର ନାମ ଭକ୍ତଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କରିବାରେ ସହାୟକ ହେବ।
୧-ଚକ, ୨-ଦଣ୍ଡିଆ, ୩-ଅର, ୪-ବାଙ୍କି, ୫-ହଂସପଟା, ୬-କଣି, ୭-ଶଙ୍ଖଦ୍ବାର, ୮-ଜାଲି, ୯-ଗାଙ୍ଗପଟା, ୧୦-ସିଂହାସନ, ୧୧-କନକ ମୁଣ୍ଡି,୧୨-ଭୂମି, ୧୩-ଷୋଳ ନାୟକ, ୧୪-ମକର ଦଣ୍ଡା, ୧୫-କାସନ୍ତ, ୧୬-ଦୁଆର ଯୋଡ଼ା, ୧୭-ସାରଥି ପୀଡ଼, ୧୮-କୁମ୍ଭପଟି, ୧୯-ରାହୁ ପଟି, ୨୦-ଆଠ ନାହାକା, ୨୧-ବାଙ୍କି, ୨୨-ପୀଡ଼, ୨୩-ଚାଷୀପଟା, ୨୪-ଦଣ୍ଡା, ୨୫-ପାରାଭାଡ଼ି, ୨୬-ଖପୁରୀ, ୨୭-ପାଦ. ୨୮-ଓଲଟ ଶୁଆ, ୨୯-ଦଧିନଉତି, ୩୦-କଳସ, ୩୧-କଣ୍ଠି, ୩୨-ଦଣ୍ଡ, ୩୩-ଚକ୍ର, ୩୪-ବାନା।