ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଲା ଦଇତାପତି ନିଯୋଗ

ପୁରୀ :ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ। ରଥଯାତ୍ରାରେ କୌଣସି ପରମ୍ପରା ବିରୋଧୀ କାର୍ଯ୍ୟ ହେଲେ, ନିଯୋଗ ସହମତି ଦେବ ନାହିଁ। ଏଥିରେ ଅସହଯୋଗ କରିବ। ଆଜି ଏକ ପ୍ରେସ ବିବୃତିରେ ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର, ସମ୍ପାଦକ ଦୁର୍ଗାଦାସ ମହାପାତ୍ର ଏହା କହିଛନ୍ତି। ଅନ୍ୟପଟେ କରୋନା ନିୟମ ଓ କଟକଣାକୁ ମାନି ଚଳିତବର୍ଷ ରଥଯାତ୍ରା କରିବା ଦିଗରେ ନିଯୋଗ ସମ୍ପୂର୍ଣ ସହଯୋଗ କରିବ ବୋଲି କହିଛି। ଭକ୍ତବୃନ୍ଦ ବି ଏ ଦିଗରେ ପୂର୍ଣ ସହଯୋଗ କରିବାକୁ ନିଯୋଗ ନିବେଦନ କରିଛି।

odishasuntimes.com

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ସରକାର ନିଷ୍ପତ୍ତି ନିଅନ୍ତୁ: ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ବର : ରଥଯାତ୍ରା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ମହାମାରୀ କୋଭିଡ୍‌ ସଙ୍କଟ କାରଣରୁ ସୁପ୍ରିମକୋର୍ଟ ଘୋଷଯାତ୍ରା ଉପରେ ନିଷାଧଦେଶ ଜାରି କରିଛନ୍ତି। ରଥଯାତ୍ରା ସହ ଓଡ଼ିଶାର ଜନତାଙ୍କ ଭାବାବେଗ ଜଡ଼ିତ ଥିବା କାରଣରୁ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଗଜପତି ମହାରାଜା ଯୁକ୍ତିଯୁକ୍ତ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସରକାର ଏହି ଚିଠି ଉପରେ ବିଚାର କରିବା ଉଚିତ। ଶ୍ରୀମନ୍ଦିର ପରମ୍ପରାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସର୍ବୋଚ୍ଚ ମାର୍ଗଦର୍ଶକ। କୋଭିଡ୍‌ ସଙ୍କଟ, ସୁପ୍ରିମକୋର୍ଟଙ୍କ ରାୟ, ଜନତାର ଭାବାବେଗ, ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କିଛି ନିର୍ଣ୍ଣୟ ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟ, ଗଜପତି, ସେବାୟତ ଓ ମୁକ୍ତମଣ୍ଡପ ସଭା ସହିତ ପରାମର୍ଶ କରନ୍ତୁ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ କିଛି ନିଷ୍ପତ୍ତି ନେଲେ ତାହା ଗ୍ରହଣୀୟ ହେବ।

ପୁରୀବାସୀ ଉପବାସ ରହିବାକୁ ସମ୍ବିତ ପାତ୍ରଙ୍କ ଆହ୍ବାନ
ଭୁବନେଶ୍ବର : ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ସୁପ୍ରିମକୋର୍ଟରେ ରାୟର ପୁନର୍ବିଚାର ଲାଗି ଆବେଦନ କରିଛନ୍ତି। ଏହା ସହ ରଥଯାତ୍ରା ମାମଲାରେ ବିଜୟ ପାଇଁ କାଲି ଉପବାସ ରହିବାକୁ ସେ ପୁରୀବାସୀଙ୍କୁ ଆହ୍ବାନ ଦେଇଛନ୍ତି। ନିଜେ ମଧ୍ୟ କାଲି ଉପବାସ ରହିବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର