ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କେବଳ ରଥ ଉପର କାମ ବାକି ରହିଛି। ଏହି କାମକୁ ରଥଯାତ୍ରା ପୂର୍ବରୁ ମହାରଣା ସେବକମାନେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜି ମହାରଣା ସେବକ ଓ ଭୋଇ ସେବକମାନେ ପୋଟଳ କାମ ଶେଷ କରିଛନ୍ତି। ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଆଜି ପୋଟଳ ଉଠିଛି। ରଥର ଉପର ଭାଗରେ ସଂଯୋଗ ହେଉଥିବା ପୋଟଳ ରଥର ମୁଖ୍ୟ କାମ ଭାବେ ପରିଗଣିତ ହୁଏ। ସେପଟେ ଗତକାଲି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରଭା କାମ ଆଜି ଶେଷ ହୋଇଛି। ଆସନ୍ତାକାଲିଠାରୁ ରଥ ଉପରେ ମହାରଣା ସେବକମାନେ କାମ କରିବେ। ଦେବ ସିଂହାସନ ସହ ଅନ୍ୟାନ୍ୟ କାମ ସଂପାଦନ ହେବ। ତିନି ରଥର ଦୁଆର କାମ ସଂପୂର୍ଣ୍ଣ ହୋଇଥିବା ବେଳେ ଏହାର ବାକି କାମ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଅନ୍ୟପଟେ ମହାରଣା ସେବକମାନେ ତିନି ରଥରେ ରଙ୍ଗ ଦେବା କାମକୁ ଆଗେଇ ନେଇଛନ୍ତି। ପୂର୍ବରୁ ପ୍ରସ୍ତୁତ ଗୁଜ, କୋଣଗୁଜ ରଥରେ ସଂଯୋଗ ପରେ ଏଥିରେ ରଙ୍ଗ ଦିଆ କାମକୁ ରୂପକାର ସେବକମାନେ ଆଗେଇ ନେଇଛନ୍ତି। ସେପଟେ ପାର୍ଶ୍ୱ ଦେବାବେଦୀ, ଶୁଆ, ଘୋଡ଼ାରେ ରଙ୍ଗ ଦେବା କାମକୁ ବି ଚିତ୍ରକାରମାନେ ଆଗେଇ ନେଇଛନ୍ତି। ଦୋଳବେଦି କମାରଶାଳରେ କମାର ସେବକମାନେ କଣ୍ଟା ତିଆରି କାମକୁ ତ୍ୱରାନ୍ଵିତ କରିଛନ୍ତି।
ରଥ ଖଳା ହାଲ୍ଚାଲ୍ : ସରିଲା ପୋଟଳ, ପ୍ରଭା କାମ
/sambad/media/post_attachments/wp-content/uploads/2018/07/RATHA-KHALA-P-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)