ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ନୀତି: ଶ୍ରୀମନ୍ଦିରରୁ ରଥଖଳାକୁ ହେଲା ଆଜ୍ଞାମାଳ ବିଜେ

ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ନୀତି: ଶ୍ରୀମନ୍ଦିରରୁ ରଥଖଳାକୁ ହେଲା ଆଜ୍ଞାମାଳ ବିଜେ

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟାରେ ଆଜିଠାରୁ ମହାପ୍ରଭୁଙ୍କ ରଥକାଠ ଅନୁକୁଳ ହୋଇଛି। ରଥ ନିର୍ମାଣ ପାଇଁ ଅନୁକୂଳ ହୋଇଛି ରଥକାଠ।ଏଥିସହ ନୀତି ଓ ଚନ୍ଦନଯାତ୍ରା କରାଯାଇଛି।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ ପ୍ରସ୍ତୁତ କରାଯାଇ ରଥକାଠ ଅନୂକୁଳ ହୋଇଛି। ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ମଧ୍ୟ ବଢାଯାଇଥିଲା।

ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନବେଢା ଖଇକୋରା ଭୋଗ, ସର୍ବାଙ୍ଗ ବେଶ ସରି ଦକ୍ଷିଣ ଘର ଭୋଗ ପରେ ପ୍ରାୟ ଦିନ ୩ଟାରେ ମଧ୍ୟାହ୍ନ ଧୂପ ନୀତି କରାଯିବାକୁ ସ୍ଥିର ହୋଇଥିଲା। ସେପଟେ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe