ରଥ ଖଳା ହାଲ୍‌ଚାଲ୍‌ : ଆଗେଇ ଚାଲିଛି ଚକ ଓ ମୁହାଣ୍ଟ କାମ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୨୩ ଦିନ ପୂରିଛି। ଆଜି ରଥଖଳାରେ ଚକ, ଅଖ ସାଙ୍ଗକୁ ମୁହାଣ୍ଟ କାମ ଆଗେଇ ଚାଲିଛି। ୪୨ ଚକରୁ ଆଜି ସୁଦ୍ଧା ୨୦ଟି ଚକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଆଜିର ଦିନରେ ତିନି ଠାକୁରଙ୍କ ୩ଟି ଚକର ସିଙ୍ଗଡ଼ା ବାଡ଼ିଆ କାମ ଶେଷ ହୋଇଛି। ପନ୍ଦାରୀ ଓ ବଳା ଲଗା କାମ ବି ଜୋରସୋରରେ ଆଗେଇ ଚାଲିଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ଵରେ ବିଶ୍ୱକର୍ମାମାନେ ଏହି କାମକୁ ଆଗେଇ ନେଇଛନ୍ତି। ସେପଟେ ରୂପକାର ସେବକମାନେ କୋଣଗୁଜ, ଗୁଜ କାମକୁ ତ୍ୱରାନ୍ଵିତ କରିଛନ୍ତି। ଭୋଇସେବକମାନେ ଆଜି ସିଙ୍ଗଡ଼ା ବାଡ଼ିଆ ସହ ଆବଶ୍ୟକ କାଠ ରଥଖଳାକୁ ଯୋଗାଇ ଦେଇଛନ୍ତି। ସେପଟେ କମାର ଶାଳରେ ପନ୍ଦାରୀ ଚାବି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦଣ୍ଡାକଣ୍ଟା କାମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର