ପୁରୀ : ଘୋଷଯାତ୍ରା ଯେତିକ ପାଖଉଛି, ରଥ ନିର୍ମାଣ କାମ ସେତିକି ତ୍ବରାନ୍ବିତ ହେଉଛି। ମହାରଣା ସେବକ, ଭୋଇ ସେବକ ଏବଂ କମାର ଶାଳରେ ଓଝା ସେବକ, ସମସ୍ତେ ନିଜ ନିଜର ଦାୟିତ୍ବ ନିଷ୍ଠାର ସହ ନିର୍ବାହ କରୁଛନ୍ତି। ବିଶ୍ବକର୍ମାମାନେ ତିନି ରଥର ଛନ୍ଦାଗୟଳ ମୋଡ଼ା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଆଜି ତିନ ରଥର ୪ଟି ଲେଖା ଛନ୍ଦା ଗୟଳ ମୋଡା କାମ ସରିଛି। ପ୍ରତି ରଥ ପାଇଁ ୬ଟି ଲେଖା ଛନ୍ଦାଗୟଳ ମୋଡ଼ା ହେବାକୁ ଥିବା ବେଳେ ଆସନ୍ତାକାଲି ଆଉ ଦୁଇଟି ଛନ୍ଦା ଗୟଳ ମୋଡ଼ା କାମ ହେବ। ସେପଟେ ପଟାଗୁଜ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ସେବକମାନେ ଏ କାମକୁ ଆଗେଇ ନେଉଛନ୍ତି। ଆଜି ନାଟଗୁଡ ପାଇଁ କାଠ ପକାଯାଇଛି। ଏହା ପରେ ସିଂହାସନ କାମ ଆରମ୍ଭ ହେବ। କମାରଶାଳରେ ଯୋଖା ଓ ଗୟଳ କାମ ମଧ୍ୟ ଆଗେଇ ଚାଲିଛି। ଓଝା ସେବକମାନେ ଏହି କାମକୁ ତ୍ବରାନ୍ବିତ କରିଛନ୍ତି।
ରଥଖଳା ଚଳଚଞ୍ଚଳ : ଛନ୍ଦାଗୟଳ ମୋଡ଼ା କାମ ଶେଷ ପର୍ଯ୍ୟାୟରେ
/sambad/media/post_attachments/wp-content/uploads/2019/06/ratha-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)