ରଥଖଳା ଚଳଚ‌ଞ୍ଚଳ : ଗୁଜ ଅନୁକୂଳ

ପୁରୀ : ରଥଯାତ୍ରା ଯେତେ ପାଖେଇ ଆସୁଛି, ସେହି ଅନୁସାରେ ରଥଖଳା ଚଳଚଞ୍ଚଳ ହୋଇ ଉଠୁଛି। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ମହାରଣା ସେବକମାନେ ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ କରିଛନ୍ତି। ମହାରଣା ସେବକ ଓ ଭୋଇ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ପୂର୍ବରୁ ଭୋଇ ସେବକମାନେ ଆବଶ୍ୟକ କାଠ ଯୋଗାଇ ଦେବା ପରେ ମହାରଣା ସେବକମାନେ ତୁମ୍ବ ପ୍ରସ୍ତୁତ କରିଥିଲେ। ଏ ଭିତରେ ତୁମ୍ବ ପ୍ରସ୍ତୁତ ସରିଛି। ଏ ଭିତରେ ମହାରଣା ସେବକମାନେ ବିନ୍ଧ କାର୍ଯ୍ୟ ବି ଆଗେଇ ନେଇଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ। ସେପଟେ ରଥ ନିର୍ମାଣ ପାଇଁ ଦୋ‌ଳବେଦି କମାରଶାଳ ବି ଚଳଚଞ୍ଚଳ ହୋଇ ଉଠିଛି।

ସମ୍ବନ୍ଧିତ ଖବର