ପୁରୀ : ରଥଯାତ୍ରାକୁ ଆଉ ୬ ଦିନ ବାକି ରହିଛି। ଏ ନେଇ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି ସେବକମାନେ। ଆଜି ତିନି ରଥର ଚନ୍ଦ୍ରଶାଳି କାମ ଶେଷ ହୋଇଛି। ତିନି ରଥରେ ୪ଟି ଲେଖା କରି ୧୨ଟି ଚନ୍ଦ୍ରଶାଳି ଆବଶ୍ୟକ ହୋଇଥାଏ। ସେପଟେ ନାଟଗୋଡ଼ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୋଟଳ କାମ ଶେଷ ହୋଇଥିବା ବେଳେ ତାଗ ବାଡ଼ିଆ କାମ ଆଗେଇ ଚାଲିଛି। ତିନି ରଥ ପାଇଁ ଆବଶ୍ୟକ କନକମୁଣ୍ଡି କାମ ବି ଶେଷ ହୋଇଛି। ଅଁଳା, ପୋଟଳ, ଗାରେଡ଼ି ଆଦି କାମ ଜୋରସୋରରେ ଚାଲିଛି। ବିଶ୍ବକର୍ମା ସେବକ, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକମାନେ ତିନି ରଥ ପାଇଁ ଆବଶ୍ୟକ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଇଛନ୍ତି।
ରଥଖଳା ଚଳଚଞ୍ଚଳ : ସରିଲା ଚନ୍ଦ୍ରଶାଳି କାମ
/sambad/media/post_attachments/wp-content/uploads/2019/06/Rathakhala-re-trutiya-Bhuin-kama2-640x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)