ପୁରୀ : ଶୀତଳଷଷ୍ଠୀରେ ତିନି ରଥର ଚକଡେରା ପରମ୍ପରା ରହିଛି। କିନ୍ତୁ ଏଥର ଶୀତଳଷଷ୍ଠୀ ପୂର୍ବରୁ ବିଶ୍ୱକର୍ମାମାନେ ଏହି କାମ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଥର ଯୋଡା ଆଷାଢ଼ ପଡ଼ୁଥିବାରୁ ରଥ ନିର୍ମାଣ ପାଇଁ ହାତରେ ଯଥେଷ୍ଟ ସମୟ ରହିଛି। ଏହା ଭିତରେ ତିନି ରଥର ଚକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସେପଟେ ଶେଷ ହୋଇ ସାରିଥିବା ଚକକୁ ରଥଖଳା କଡ଼ରେ ରଖା ଯାଇଥିବାବେଳେ ଏହା ଖରା ଯୋଗୁ ଫାଟିବା ସମ୍ଭାବନା ଦେଖାଗଲାଣି। ଖରାରୁ ସୁରକ୍ଷିତ ରଖିବା ପାଇଁ ପୂର୍ବରୁ ନିର୍ମାଣ ସରିଥିବା ଚକଗୁଡ଼ିକ ଉପରେ ଓଦା ଚାଞ୍ଛ ଘୋଡ଼ା ଯାଇଥିଲା। ତଥାପି ଏହା ଖରାକୁ କାଟୁ କରୁନଥିବାରୁ ବିଶ୍ୱକର୍ମାମାନେ ଆସନ୍ତା ମଙ୍ଗଳବାର ପୂର୍ବରୁ ଚକଡେରା କାମ ଶେଷ କରିବାକୁ ଯୋଜନା ରଖିଛନ୍ତି। ଶୀତଳଷଷ୍ଠୀ ଆହୁରି ବିଳମ୍ବ ଥିବାରୁ ଏଥିପୂର୍ବରୁ ଚକ ସହ ଅଖ ସଂଯୋଗ କରି ଚକ ସବୁକୁ ଠିଆ କରିବାକୁ ଯୋଜନା ରହିଛି। ଇତିମଧ୍ୟରେ ଅଖ କାମ ସବୁ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ଗୋଟିଏ ଲେଖା ଚକ ବାକି ରହିଛି। ରଥ ନିର୍ମାଣ କାର୍ଯ୍ୟକୁ ଆଜି ୪୧ ଦିନ ପୂରିଥିବାବେଳେ ମହାରଣା ସେବକମାନେ ଆଜି ଦଣ୍ଡା କାମକୁ ଆଗେଇ ନେଇଛନ୍ତି।
ରଥ ଖଳା ହାଲ୍ଚାଲ୍ : ସରିଲା ଦର୍ପଦଳନ ରଥର ସମସ୍ତ ଚକ, ଆଗେଇ ଚାଲିଛି ଦଣ୍ଡାକାମ
/sambad/media/post_attachments/wp-content/uploads/2018/05/ratha-khala-2-3.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)