ରଥ ଖଳା ହାଲଚାଲ : ଚାଲିଛି ତିନି ରଥର ସିଂହାସନ କାମ

ପୁରୀ : ତିନି ରଥର ସିଂହାସନ କାମ ଆଗେଇ ଚାଲିଛି। ରୂପକାର ସେବକମାନେ ଏ କାମକୁ ଆଗେଇ ନେଇଛନ୍ତି। ଗତକାଲିଠାରୁ ଚାଲିଥିବା ଦଣ୍ଡା କାମ ହୋଇ ଏହା ଖଂଜା ଯାଉଛି। ଆଜି ଦଣ୍ଡାରେ ନିରାଡି, କଣଗୁଜ, ପାର୍ଶ୍ୱ ମୁହାଣ୍ଟ ଲାଗିଛି। ସେପଟେ ଦୋଳବୋଦିରେ ଦର୍ପଦଳନ ରଥର ଗୟଳ ଚିରଟ କାମ ଆରମ୍ଭ ହୋଇଛି। ଚଳିତ ବର୍ଷ ରଥକାମ ଠିକଣା ସମୟରେ ସରିବ ବୋଲି ଜଣାପଡିଛି। ମହାରଣା ସେବକ ଓ ଭୋଇ ସେବକମାନେ ନିଷ୍ଠାର ସହିତ ଏହି କାମକୁ ଆଗେଇ ନେଇଛନ୍ତି।

ସମ୍ବନ୍ଧିତ ଖବର