ପୁରୀ : ଆଜି ରଥଖଳାରେ କମାର ସେବକମାନେ ଘଡ଼ିମୁହଁ କଣ୍ଟା ଅନୁକୂଳ କରିଛନ୍ତି। ଅନୁକୂଳ ସରିବା ଏହାକୁ ଭୋଇ ସେବକମାନେ ଦଣ୍ଡାରେ ବାଡେଇଥିଲେ। ଏହା ପରେ ପୋଖରିଆରେ ପୋଖରିଆ କଣ୍ଟା ବାଡ଼ା ଯାଇଥିଲା। ଏହି କଣ୍ଟାବାଡ଼ିଆ ଶେଷ ହେବା ପରେ ଭୋଇ ସେବକମାନେ ପାଞ୍ଚ ଦଣ୍ଡା ଉପରୁ ଗରଗରା ଉଠାଇଥିଲେ। ଆଜି କେବଳ ଗରଗରା କଳାସା ହୋଇଛି। ଆସନ୍ତାକାଲି ଗରାଗରାରେ କଣ୍ଟା ବାଡ଼ିଆ ହେବ। ରୂପକାର ସେବକମାନେ ସିଂହାସନ, ନାଟଗୋଡ କାମ ଖୋଦେଇ କରିଥିଲେ। ଦୋଳବେଦୀ କୋଣରେ କମାର ସେବକ ଗୟଳ ଚିରଟ କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp