ରଥ ଖଳା ହାଲଚାଲ : ଉଠିଲା ତିନି ରଥର ଚାରିନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୫ ଦିନ ପୂରିଛି। ଆଜିର ଦିନରେ ରଥର ଚକ ଓ ଅଖ ଉପରର ପ୍ରମୁଖ ଭାଗ କୁହାଯାଉଥିବା ଚାରିନାହାକା ଉଠିଛି। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଆଜି ଚାରିନାହାକା କାମକୁ ତିନି ରଥର ବିଶ୍ୱକର୍ମାଙ୍କ ନେତୃତ୍ଵରେ ମହାରଣା ସେବକମାନେ ଆଗେଇ ନେଇଛନ୍ତି। ଚାରିନାହାକା ରଥର ଉପର ଭାଗକୁ ଧରି ରଖିଥାଏ। ଏହାରି ଉପରେ ଅନ୍ୟାନ୍ୟ କାମ ଆଗେଇଥାଏ। ଆଜି ଚାରିନାହାକା ଉଠିବା ପରେ ଖୁବ୍‌ଶୀଘ୍ର ରଥ କାମ ଶେଷ ହେବାର ଆଶା ଉଜ୍ଜ୍ଵଳ ହୋଇଛି। ମହାରଣା ସେବକମାନେ ଅଣସରର ବହୁ ପୂର୍ବରୁ ରଥ ନିର୍ମାଣ କାମ ଶେଷ କରିବା ନେଇ ଆଶା ଦେଖାଦେଇଛି। ପୋଲ ଗୟଳ କାମ ବି ଆଗେଇ ଚାଲିଛି। ସେପଟେ ପାର୍ଶ୍ୱ ନିରାଡ଼ି ଓ ଜଳଯନ୍ତ୍ର କାମ ବି ଆଗେଇ ଚାଲିଛି। ତିନି ରଥକୁ ଆଜି ପାର୍ଶ୍ୱ ନିରାଡ଼ି ଉଠିଛି। ରୂପକାର ସେବକମାନେ ଅନ୍ୟାନ୍ୟ କାମକୁ ଆଗେଇ ନେଇଛନ୍ତି। କମାର ସେବକମାନେ ବି ଆବଶ୍ୟକ ଲୌହ ସାମଗ୍ରୀ କାମକୁ ବି ଆଗେଇ ନେଇଛନ୍ତି।

ସମ୍ବନ୍ଧିତ ଖବର