ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୬୫ ଦିନ ପୂରିଥିବା ବେଳେ ଆଜି ସୁଦ୍ଧା ପୋଟଳ ଓ ଢମକ କଣ୍ଟା ବାଡ଼ିଆ କାମ ଶେଷ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଏହି କାମକୁ ଆଜି ଆଗେଇ ନେଇଛନ୍ତି। ଆଜି ସୁଦ୍ଧା ତିନି ରଥରେ ବଡ଼ ପୋଟଳକୁ ମିଶାଇ ୮ ପ୍ରସ୍ତ ପୋଟଳ କାମ ଶେଷ ହୋଇଛି। ଏହା ଭିତରେ ତିନି ରଥର ତିନି ଭୂଇଁରୁ ପ୍ରଥମ ଓ ଦ୍ଵିତୀୟ ଭୂଇଁ କାମ ସରିଥିବା ବେଳେ ଶେଷ ତଥା ତୃତୀୟ ଭୂଇଁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ତୃତୀୟ ଭୂଇଁ ପାଇଁ ଢ଼ମକ କଣ୍ଟା ବାଡ଼ିଆ ଶେଷ ହୋଇଛି। ତିନି ରଥରେ ଘୋଡ଼ା ଲାଗିବାର ପରମ୍ପରା ରହିଥିବା ବେଳେ ଏହାପାଇଁ ଆବଶ୍ୟକ ଚାରପଡ଼ିଶା କାମ ଆଜିଠୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ନନ୍ଦିଘୋଷ ରଥର ଚାରପଡ଼ିଶା କାମ ଆଜିଠୁ ଆରମ୍ଭ ହୋଇଥିବା ବେଳେ ପରବର୍ତୀ ପର୍ଯ୍ୟାୟରେ ତାଳଧ୍ୱଜ ଓ ଦର୍ପଦଳନ ରଥର ଚାରପଡ଼ିଶା କାମ ଆରମ୍ଭ ହେବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp