ପୁରୀ : ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥ ନିର୍ମାଣ କାମ ସେତିକି ତ୍ୱରାନ୍ଵିତ ହେଉଛି। ଆଜି ରଥ ଖଳାରେ ତିନି ରଥ ଉପରକୁ ପ୍ରଥମ ପରସ୍ତ ପୋଟଳ (ବଡଥଳି ପୋଟଳ) ଉଠିଛି। ତିନି ରଥକୁ ପୋଟଳ ପାରେଣୀ, ପୋଟଳ ଖମ୍ବି ଓ ପୋଟଳ ଓରା ଉଠିବା ପରେ ବଡଥଳି ପୋଟଳ ଉଠିଥିଲା। ସେହି ଭଳି ଛ କାଠ ଉଠିବା ପାଇଁ ନିର୍ମାଣ ହୋଇଥିବା ଚାଙ୍ଗଡା ଆଜି ଭଂଗା ଯାଇଥିଲା। ଭୋଇ ସେବକମାନେ ହରିବୋଲ ପକାଇଥିଲେ। ରୂପକାର ସେବକ ନାମେ ନାଟଗୋଡ ଓ ସିଂହାସନ ଖୋଦେଇ କାମକୁ ଆଗେଇ ନେଇଥିଲେ। ଗତକାଲି ବିଳମ୍ବିତ ରାତିରେ ରଥଖଳାରେ ପଞ୍ଚ ମହାଦେବ ପଂକ୍ତି ଭୋଗ ଖାଇଥିଲେ। ବଡଥଳି ପୋଟଳ ସହିତ ଆଜି ତୃତୀୟ ଭୂଇଁ ମଧ୍ୟ ଉଠିଛି।
ରଥ ଖଳା ହାଲ୍ଚାଲ୍ : ରଥ ଉପରକୁ ଉଠିଲା ବଡଥଳି ପୋଟଳ
/sambad/media/post_attachments/wp-content/uploads/2018/06/rathakhala-1.jpg)