ରଥ ଖଳା ହାଲ୍‌ଚାଲ୍‌ : କଳସରେ ଚଦର ବାଡ଼ିଆ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୭୨ ଦିନ ପୂରିଥିବା ବେଳେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଦିନ ଶେଷ ସୁଦ୍ଧା ତିନି ରଥର କଳସୀରେ ଆଲୁମିନିୟମ୍‌ ଚଦର ବାଡ଼ିଆ କାମ ଶେଷ ହୋଇଛି। ସେପଟେ ଗତକାଲି ତିନି ରଥର ସିଂହାସନ ପାଇଁ ଆବଶ୍ୟକ ଚକ କାମ ଆଜି ଶେଷ ହୋଇଛି। ଦୁଆର କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପାଇଁ ୪ଟି ଲେଖା ୧୨ଟି ଦୁଆର ଆବଶ୍ୟକ ଥିବା ବେଳେ ଏହା ଭିତରେ ତିନୋଟି ଲେଖା ଦୁଆର କାମ ଶେଷ ହୋଇଛି। ମହାରଣା ସେବକମାନେ ଶେଷ ଦୁଆର କାମ ଆଜିଠାରୁ ଆରମ୍ଭ କରିଛନ୍ତି। ତିନି ରଥର ତାଗ ବାଡ଼ିଆ କାମ ବି ଆରମ୍ଭ ହୋଇଛି। ସେପଟେ ତିନି ରଥ ପାଇଁ ଗୁଣ୍ଠି କାମ ଆରମ୍ଭ ହୋଇଛି। ରୂପକାର ସେବକମାନେ ତିନି ରଥ ପାଇଁ ଆବଶ୍ୟକ ପାର୍ଶ୍ୱ ଦେବତା, ଶୁଆ ଓ ଅନ୍ୟାନ୍ୟ ଜିନିଷରେ ରଙ୍ଗ ଦେବା ଆରମ୍ଭ କରିଛନ୍ତି। ଦୋଳ ବେଦି କମାରଶାଳରେ ଆବଶ୍ୟକ କଣ୍ଟା କାମ ମଧ୍ୟ ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର