ପୁରୀ : ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଏହା ଭିତରେ ଶେଷ ପର୍ଯ୍ୟାୟରେ ପଞ୍ଚିଥିବା ବେଳେ ଆଜି ତିନି ରଥରେ ହଂସପଟା ବାଡ଼ିଆ କାମ ଶେଷ ହୋଇଛି। ଚିତ୍ରକାର ସେବକମାନେ ପଟା ଉପରେ ତିନି ରଥ ପାଇଁ ହଂସ ଆଙ୍କି ହଂସପଟା ପ୍ରସ୍ତୁତ କରିବା ପରେ ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ଗତକାଲି ରୁଅ ବାଡ଼ିଆ, ଦୁଆର ବାଣିଆ ବାଡ଼ିଆ, କନିଆ ପଟା, ଧୂଳିଦଣ୍ଡା କାଠ ବାଡ଼ିଆ କାମ ସରିଥିଲା। ତିନି ରଥରେ ଠାକୁରଙ୍କ ଅବସ୍ଥାନ ପାଇଁ ଆବଶ୍ୟକ ସିଂହାସନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚକ କାମ ସରିଥିବା ବେଳେ କେବଳ ଏହାକୁ ସଂଯୋଗ ବାକି ରହିଛି। ଏହା ପରେ ଚାରିପଟ ଠେକେରା ବାଡ଼ିଆ ଓ ପାର୍ଶ୍ୱ ଦେବାଦେବୀ ସଂଯୋଗ କାମ ହେବ। ସେପଟେ ଆଜି ଚିତ୍ରକାରମାନେ ରଥ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷରେ ରଙ୍ଗ ଦେବା କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଦୋଳବେଦି କମାରଶାଳରେ କମାର ସେବକମାନେ ଲୌହ ସାମଗ୍ରୀ କାମକୁ ଆଗେଇ ନେଇଛନ୍ତି। ରଥଯାତ୍ରା ଦିନ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରରୁ ପହଣ୍ଡି ହୋଇ ରଥ ଉପରକୁ ଯିବେ। ଏହି ପହଣ୍ଡି ପାଇଁ ଚାରମାଳ କାଠ ଆବଶ୍ୟକ ପଡ଼ିଥାଏ। ଗତକାଲି କଟକ କରତକଳରୁ ଏକ ଟ୍ରକ୍ରେ କିଛି ଚାରମାଳ କାଠ ପହଞ୍ଚିଥିଲା। ଆଜି ଆଉ ଏକ ଟ୍ରିପ୍ ଚାରମାଳ କାଠ ରଥଖଳାରେ ପହଞ୍ଚିଛି। ଏହାକୁ ସିଂହଦ୍ଵାର ନିକଟରେ ରଖାଯାଇଛି।
ରଥ ଖଳା ହାଲ୍ଚାଲ୍ : ସରିଲା ହଂସପଟା ବାଡ଼ିଆ
/sambad/media/post_attachments/wp-content/uploads/2018/07/pahandi-pain-charamala-asila.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)