ପୁରୀ : ଆଉ ମାସେ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ। ଚକଡେରା କାମ ଅନୁକୂଳ ପରେ ମହାରଣା ସେବକମାନେ ଅର, ପଇ ଆଦି ସଂଯୋଗ କାମକୁ ତତ୍ପରତାର ସହ ଆଗେଇ ନେଇଛନ୍ତି। ଏହା ଭିତରେ ତୁମ୍ବ ସହ ଅର, ପଇ ସଂଯୋଗ ହୋଇଥିବା ବେଳେ ତିନି ରଥର ଏକାଧିକ ଚକ ନିର୍ମାଣ ହୋଇଛି। ବାକି ଚକ କାମକୁ ମହାରଣା ସେବକମାନେ ଶେଷ କରିବା ଲାଗି ଦିନରାତି ଏକ କରିଛନ୍ତି। ଫଟା ପଡ଼ିଥିବା ଚକ ବଦଳରେ ନୂଆ ତୁମ୍ବ ବି ପ୍ରସ୍ତୁତି ଚାଲିଛି। ଭୋଇ ସେବକମାନେ ଆବଶ୍ୟକ କାଠ ରଥଖଳାକୁ ଯୋଗାଇ ଦେଇଛନ୍ତି। ଇତିମଧ୍ୟରେ ତିନି ରଥ ପାଇଁ ଗୁଜ କାମ ଆରମ୍ଭ ହୋଇଛି। ବରିଷ୍ଠ ଚିତ୍ରକରଙ୍କ ପରାମର୍ଶ କ୍ରମେ କୁନି କୁନି ଚିତ୍ରକରମାନେ ନିହଣ ଓ ବାରିସିରେ କାଠକୁ ଭିନ୍ନ ରୂପ ଦେବା ଆରମ୍ଭ କରିଛନ୍ତି। ସେହିପରି ଦୋଳବେଦି କମାରଶାଳରେ ରଥ ଚକ, ଅଖ ସହ ଅନ୍ୟାନ୍ୟ ନିର୍ମାଣ ପାଇଁ ଆବଶ୍ୟକ ଲୁହା କଣ୍ଟା ପ୍ରସ୍ତୁତି ଜାରି ରହିଛି। ଏହା ଭିତରେ ଯୋଖିଆ ବାଡ଼ିଆ କାମ ବି ଆଗେଇ ଚାଲିଛି।
ଆଗେଇ ଚାଲିଛି ଅର ଓ ପଇ ସଂଯୋଗ କାମ
/sambad/media/post_attachments/wp-content/uploads/2019/05/rath-khala1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)