ରଥଖଳା ଚଳଚ‌ଞ୍ଚଳ : ଆଗେଇ ଚାଲିଛି ନିରାଡ଼ି କାମ

ପୁରୀ : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ଚକ, ଅଖ ସଂଯୋଗ ଓ ଡେରା କାମ ଶେଷ ପରେ ବିଶ୍ବକର୍ମାମାନେ ଆଜିଠୁ ନିରାଡ଼ି କାମ ଆରମ୍ଭ କରିଛନ୍ତି। ତିନି ରଥ ପାଇଁ ଦଣ୍ଡା ହଣା କାମ ‌ଶେଷ ପରେ ନିଜସ୍ବ ମାପରେ ତିନି ଜାଗାରେ ଏହାକୁ ରଖି ରଥ ପାଇଁ ମୂଳଦୂଆ ପକାଇଛନ୍ତି। ଦଣ୍ଡାରେ ଆଜିଠାରୁ କୋଣଗୁଜ, ଜଳଯନ୍ତ୍ର ଆଦି ସଂଯୋଗ କାମ ଆରମ୍ଭ ହୋଇଛି। ଚାରିନାହାକା ହଣା କାମ ବି ରଥଖଳାରେ ଆଗେଇ ଚାଲିଛି। ସେପଟେ ଚିତ୍ରକର ସେବକମାନ କୋଣଗୁଜ, ଜଳଯନ୍ତ୍ର ଆଦି ପରେ ନାଟଗୁଡ଼ୁ, ପଟାଗୁଜ କାମ ଆରମ୍ଭ କରିଛନ୍ତି। ଚିତ୍ରକରଙ୍କ ଦ୍ବାରା ପୂର୍ବ ପ୍ରସ୍ତୁତ କୋଣଗୁଜ (ନୃସିଂହ ମୂର୍ତି) ସବୁକୁ ଆଜି ଦଣ୍ଡାରେ ସଂଯୋଗ କରାଯାଇଛି। ଓଝା ସେବକମାନେ ଦୋଳବେଦି କମାରଶାଳରେ କଣ୍ଟା କାମକୁ ତ୍ବରାନ୍ବିତ କରିଛନ୍ତି। ଆବଶ୍ୟକ ଲୁହା ଯୋଗାଇ ଦିଆଯିବା ପରେ ଦଣ୍ଡାକଣ୍ଟା ଓ ପୋଖରିଆ କଣ୍ଟା ସହ ଅନ୍ୟାନ୍ୟ କଣ୍ଟା ତିଆରି ଚାଲିଛି।

ସମ୍ବନ୍ଧିତ ଖବର