ପୁରୀ : ରଥଖଳାରେ ଚକଡେରା କାମ ସରିବା ପରେ ନିରାଡ଼, ଚାରିନାହାକା କାମକୁ ଆଗେଇ ନେଇଛନ୍ତି ବିଶ୍ବକର୍ମା ସେବକ। ଚାରିନାହାକା କାମ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବାର ପରମ୍ପରା ଥିବାରୁ ବିଶ୍ବକର୍ମାମାନେ ଏହି କାମକୁ ତ୍ବରାନ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ତିନି ରଥ ପାଇଁ ଚାରିଟି ଲେଖା କରି ମୋଟ ୧୨ଟି ଚାରିନାହାକା ଆବଶ୍ୟକ। ଏହା ରଥର ଉପରପାର୍ଶ୍ବକୁ ବାନ୍ଧି ରଖିଥାଏ। ସେପଟେ ପ୍ରସ୍ତୁତ ଦଣ୍ଡାରେ କୋଣଗୁଜ, ଜଳଯନ୍ତ୍ର ସଂଯୋଗ କାର୍ଯ୍ୟ ଆଗେଇ ଚାଲିଛି। ଚିତ୍ରକର ସେବକମାନେ ପଟାଗୁଜ ଓ ଅନ୍ୟାନ୍ୟ କାମ ଜାରି ରଖିଥିବା ବେଳେ ଓଝା ସେବକମାନେ ଦୋଳବେଦି କମାରଶାଳରେ ଦଣ୍ଡାକଣ୍ଟା, ପୋଖରିଆ କାମକୁ ତ୍ବରାନ୍ବିତ କରିଛନ୍ତି।
ରଥଖଳା ଚଳଚଞ୍ଚଳ : ଚାଲିଛି ନିରାଡ଼ି, ଚାରିନାହାକା କାମ
/sambad/media/post_attachments/wp-content/uploads/2019/06/ratha-khala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)