ପୁରୀ : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ହୋଇ ଉଠିଥିବା ରଥଖଳାରେ ଆଜି ଗରଗରା କାମ ଶେଷ ହୋଇଛି। ତିନି ରଥ ପାଇଁ ୨ଟି ଲେଖା ୬ଟି ଗରଗରା ଆବଶ୍ୟକ ଥିବାବେଳେ ଏହି କାମ ଆଜି ବିଶ୍ବକର୍ମାମାନେ ଶେଷ କରିଛନ୍ତି। ସେପଟେ ଚକ ଓ ଅଖରେ ଭାରସାମ୍ୟ ରଖିବା ପାଇଁ ଚକରେ ମେଣ୍ଡି ଦିଆଯାଇଛି। ଦୋଳବେଦିରେ ଗୟଳ ଚିରଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ସେବକମାନେ ଗୁଜ କାମ ସାରିବା ପରେ ସିଂହାସନ କାମ ଆରମ୍ଭ କରିଛନ୍ତି। ଜଳଯନ୍ତ୍ରରେ ରଙ୍ଗଦିଆ କାମ ବି ଆଗେଇ ଚାଲିଛି। ଚିତ୍ରକର ସେବକମାନେ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତିକୁ ନୂଆ ରଙ୍ଗ ଦେଇ ନୂଆ ରୂପ ଦେଇଛନ୍ତି। କମାରଶାଳରେ ଗୟଳ ଓ ଅନ୍ୟାନ୍ୟ କଣ୍ଟା କାମ ଆଗେଇ ଚାଲିଛି। ଓଝା ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। କମାରଶାଳରେ ଯୋଖିଆ କଣ୍ଟା କାମ ବି ତ୍ବରାନ୍ବିତ ହୋଇଛି।
ସରିଲା ଗରଗରା କାମ, ଚାଲିଛି ଚାରିନାହାକା
/sambad/media/post_attachments/wp-content/uploads/2019/06/ratha-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)