ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ପରମ୍ପରା ଅନୁଯାୟୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରିନାହାକା ଉଠିଛି। ମହାରଣା ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ସେପଟେ ପୋଲ ଗୟଳ ମୋଡ଼ା କାମ ବି ଆଗେଇ ଚାଲିଛି। ଆଜି ଚଉତା ବିନ୍ଧ ଅନୁକୂଳ ହୋଇଛି। ଏହି କାର୍ଯ୍ୟ ଶେଷ ପରେ ଭୂଇଁ କାମ ଆରମ୍ଭ ହେବ। ସେପଟେ ଚିତ୍ରକର ସେବକମାନେ ବି ନିଜ ନିଜ କାମକୁ ଆଗେଇ ନେଇଛନ୍ତି। ସିଂହାସନ ସହ ଅନ୍ୟାନ୍ୟ କାମ ତ୍ବରାନ୍ବିତ ହୋଇଛି। ଓଝା ସେବକମାନେ ଦୋଳବେଦି କମାରଶାଳାରେ କଣ୍ଟା କାମକୁ ଆଗେଇ ନେଇଛନ୍ତି। ସେପଟେ ଦର୍ଜୀ ସେବକ ରଥଖା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।
ରଥଖଳା ଚଳଚଞ୍ଚଳ : ଉଠିଲା ଚାରିନାହାକା
/sambad/media/post_attachments/wp-content/uploads/2019/06/ratha-khala-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)