ପୁରୀ : ରଥଯାତ୍ରାକୁ ଆଉ ୧୧ ଦିନ ବାକି ଥିବାବେଳେ ରଥ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଲାଗି ପଡ଼ିଛନ୍ତି ବିଶ୍ବକର୍ମା ଓ ଭୋଇ ସେବକ। ଗତକାଲି ଭୂଇଁ କାମ ଆରମ୍ଭ ହେବା ପରେ ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ପ୍ରଥମ ତଥା ପ୍ରଧାନ ଭୂଇଁକୁ ଆଜି ତିନି ରଥରେ ସଂଯୋଗ କରାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କାମ ଆରମ୍ଭ ହେବ। ସେପଟେ ରୂପକାର ସେବକମାନେ ବି ନିଜ ନିଜ କାମକୁ ଆଗେଇ ନେଇଛନ୍ତି। ନାଟଗୁଡ଼ୁ ପରେ ଅନ୍ୟାନ୍ୟ କାମକୁ ତ୍ବରାନ୍ବିତ କରାଯାଇଛି। ଓଝା ସେବକମାନେ କଣ୍ଟା ପ୍ରସ୍ତୁତି କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।
ଲାଗିଲା ପ୍ରଧାନ ଭୂଇଁ
/sambad/media/post_attachments/wp-content/uploads/2019/06/Tini-Ratha-ra-Bhuin-Kama-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)