ରଥଖଳା ହାଲଚାଲ: ତିନି ରଥରେ ପଡ଼ିଲା ଛନ୍ଦା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଶନିବାର ୩୮ ଦିନ ପୂରିଛି। ଶନିବାର ଦିନ କାମ ‌ଶେଷ ସୁଦ୍ଧା ତିନି ରଥରେ ଦୁଇଟି ଲେଖାଏଁ ଛନ୍ଦା ଗୟଳ ପଡ଼ିଛି। ଗତକାଲି ତିନି ରଥରେ ପୋଲ ଗୟଳ ପଡ଼ିଥିଲା। ଅନ୍ୟପଟେ ପ୍ରଭାରେ ଲାଗିବା ପାଇଁ ତିନି ରଥର ଦୁଇଟି ଲେଖାଏଁ ଧୂଳି ଦଣ୍ଡା କାମ ଶେଷ ହୋଇଛି। ୫ଟି ଲେଖାଏଁ ଜଗତ ପୃଷ୍ଠ ଶେଣି କାମ ବି ଶେଷ ହୋଇଛି।

ରୂପକାର ସେବକମାନେ ତିନି ରଥର ଦୁଆର ବେଢ଼ା ପାଇଁ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଆରମ୍ଭ କରିଛନ୍ତି। ପ୍ରତି ରଥର ୮ଟି ଲେଖାଏଁ ହିସାବରେ ୨୪ଟି ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଆବଶ୍ୟକ ଥିବାବେଳେ ଏ ଭିତରେ ୪ଟି ଲେଖାଏଁ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରହିଛି। ତିନି ରଥର ସିଂହାସନରେ କୁମ୍ଭ ସହ ଡାଳି ଲତା ଓ ପଦ୍ମ ପାଖୁଡ଼ା ଖୋଦେଇ ପରେ ପଲିସ୍‌ କାର୍ଯ୍ୟ‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଭୂଇଁ ନିର୍ମାଣ ପାଇଁ ଭୂଇଁ ବିଡିଆ କଣ୍ଟା ସହ ଆଗ ପାତେଳି, ଚଉରସ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର