ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୪୪ ଦିନ ପୂରିଛି। ଶୁକ୍ରବାର କାମ ଶେଷ ସୁଦ୍ଧା ତିନି ରଥର ତିନି ଭୂଇଁ ଉଠିବା ସହ ସଂଯୋଗ କାମ ଶେଷ ହୋଇଛି। ଏହାସହ ତିନି ରଥର ବଡ଼ ପୋଟଳ ଲାଗିବା କାମ ବି ଶେଷ ହୋଇଛି। ପ୍ରଥମେ ତିନି ରଥର ଚାରିନାହାକା ଉଠିବା ପରେ ଚଉଦ ନାହାକା ଉଠିଥିଲା। ପରେ ଭୂଇଁର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁକ୍ରବାର ଦିନ ପ୍ରଥମ ଭୂଇଁ କାମ ଶେଷ ହୋଇ ଦ୍ବିତୀୟ ଭୂଇଁ ଓ ତୃତୀୟ ଭୂଇଁ କାମ ବି ସନ୍ଧ୍ୟା ସୁଦ୍ଧା ଶେଷ ହୋଇଛି। ଚାରିପାଖରୁ ତାଗ ପଡ଼ିବା ସହ ପାଖୁଡ଼ା ସଂଯୋଗ ଶେଷ ହୋଇଛି। ପରେ ଅପରାହ୍ଣରେ ବଡ଼ ପୋଟଳ ସଂଯୋଗ ହୋଇ କଣ୍ଟାବାଡ଼ିଆ କାମ ଶେଷ ହୋଇଛି। ଏହା ପରେ ତେରପରସ୍ତ ପୋଟଳ ସଂଯୋଗ ହେବ। ପରେ କନକମୁଣ୍ଡି ଓ ଅନ୍ୟାନ୍ୟ କାମ ଆରମ୍ଭ ହେବ। ସେହିଭଳି ସିଂହାସନ ଓ ଅନ୍ୟାନ୍ୟ ଅଂଶ ସଂଯୋଗ ହେବ।
/sambad/media/post_attachments/wp-content/uploads/2022/06/puri-ratha-work-d1-300x209.jpg)
ସେପଟେ ରୂପକାର ସେବକମାନେ ସିଂହାସନରେ ଡାଳି, ଲତା, ପଦ୍ମ ପାଖୁଡ଼ା, କୁମ୍ଭ ଆଦି ଖୋଦେଇ ପରେ ପଲିସ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଚିତ୍ରକର ସେବକମାନେ ରଥରେ ଲାଗିବାକୁ ଥିବା ପାର୍ଶ୍ବ ଦେବଦେବୀ ମୂର୍ତ୍ତିଙ୍କ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପଟେ ଆଜି ତିନି ରଥର ଧଳା ରଙ୍ଗ ଦିଆଯାଇଛି। କୋଣଗୁଜ, ଜଳଯନ୍ତ୍ର ଆଦିରେ ଚିତ୍ରକର ସେବକ ରଙ୍ଗ ଦେଇଛନ୍ତି। ଓଝା ସେବକମାନେ ବିଡ଼ିଆ କଣ୍ଟା, ପୋଟଳ ଓରା କଣ୍ଟା, ବାଗିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/puri-rath-work-d.jpg)