ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୪ ଦିନ ପୂରିଛି। ସୋମବାର କାମ ଶେଷ ସୁଦ୍ଧା ତିନି ରଥରେ ୨୭ଟି ଶିଖର ଡମ୍ବୁରୁ(ପାର୍ଶ୍ବ ଦେବଦେବୀଙ୍କ ଆସ୍ଥାନ) ସଂଯୋଗ କରାଯାଇଛି। ପରେ ଏଥିରେ ପାର୍ଶ୍ବ ଦେବଦେବୀଙ୍କୁ ସ୍ଥାପନ କରାଯାଇଛି। ସେପଟେ ତିନି ରଥର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପରେ ସୋମବାର ଦିନ ଅଖକୁ ଟେକି ଧରିଥିବା ମେଣ୍ଢି କଢ଼ାଯାଇଛି। ଅଖରେ ଅଧିକ ଭାର ନ ପଡ଼ିବା ପାଇଁ ଅଖ ତଳେ ମେଣ୍ଢି ଦିଆଯାଇଥାଏ।
/sambad/media/post_attachments/wp-content/uploads/2022/06/ratha-2jb-300x105.jpg)
ଚିତ୍ରକାର ସେବକମାନେ ସୋମବାର ଦିନ ତିନି ରଥର ପ୍ରଭାରେ ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏଥିସହ ତିନି ରଥର ଚକ, ମୁହାଣ୍ଟ, ଘୋଡ଼ା, ସାରଥି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଦର୍ଜି ସେବକମାନେ ତିନି ରଥର ୨୪ଟି ବତା କନାରେ ୭୨ଟି କଳସ ପଟି ଲାଗି ଶେଷ କରିଛନ୍ତି। ତିନି ରଥର ୧୨ଟି ଦୁଆର ବେଢ଼ା ମାପ ପ୍ରକାରେ କନା କାଟିବା ପରେ ଏଥିରେ ଲେସ୍, ଚିକଣ ସିଲଭର ଜରିରେ ଫୁଲ, ଡାଳି ପଡ଼ି ଦୁଆର ବେଢ଼ା କାମ ଶେଷ କରିଛନ୍ତି। ୧୨ଟି ଚନ୍ଦ୍ରଶାଳୀ ଓ ୧୨ଟି ଅଁଳାଶ୍ରୀ ପାଇଁ କନା କାର୍ଯ୍ୟ ଶେଷ ହେବା ପରେ ପୋଟଳ କନା କାର୍ଯ୍ୟ ଶେଷ ହୋଇଛି।
/sambad/media/post_attachments/wp-content/uploads/2022/06/ratha-2j-300x111.jpg)
କନକ ମୁଣ୍ଡି ଚାନ୍ଦୁଆ, ଉଡ଼ା ଚାନ୍ଦୁଆ, ସାରଥିଙ୍କ ପାଇଁ ପୋଷାକ, ଲାଗିଲୁଗା ସିଲାଇ କାର୍ଯ୍ୟ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କମାରଶାଳରେ ତିନି ରଥର ଓଝା ସେବକମାନେ ଆଜି ୧୨ଟି କୋଠ ସୁଆଁସିଆ ଛୁରି, ୬ଟି ହାତୁଡ଼ି, ଗୋଟିଏ କଟୁରି ନିର୍ମାଣ କରିଛନ୍ତି। ଏଥିସହ ତିନି ରଥର ଭୋଇ ସେବକଙ୍କ ପାଇଁ କତା କାଟିବା ଓ ଚାର କାଟିବା ପାଇଁ ୩ଟି କଟୁରି ନିର୍ମାଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ratha-jc.jpg)