ପୁରୀ : ଆଜି ସନ୍ଧ୍ୟାରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠକୁ ସଂସ୍କାର କରାଯାଇଛି। ସନ୍ଧ୍ୟା ୭ଟା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୩ଟି ଧଉରା କାଠ ରଖାଯାଇ ବିଧିମତେ ପୂଜାର୍ଚ୍ଚନା କରାଯାଇଛି। ଦେବୀ ପ୍ରସାଦ ରାଜଗୁରୁ, ଗଦାଧର ଦାଶ ଓ ମନୋଜ ପୁଷ୍ପାଳକ ପ୍ରମୁଖ ଏହାକୁ ପଞ୍ଚାମୃତ, ପୁଷ୍ପ, ଚନ୍ଦନ, ସିନ୍ଦୁର ଓ ମହାପ୍ରସାଦ ସମର୍ପଣ କରାଯାଇ ପୂଜା କରାଯାଇଚି। ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଥିବା ସରସ୍ୱତୀଙ୍କୁ ପୂଜା କରାଯାଇଥିଲା। କାଠଗୁଡ଼ିକ ସଂସ୍କାର ହେବା ପରେ ରଥଖଳାକୁ କ୍ରମାନ୍ଵୟରେ ଅଣାଯିବ। ଆଜି ପବିତ୍ର ଦିନ ହୋଇଥିବାରୁ ରଥ ନିର୍ମାଣ କାମ ଶୁଭ ହେବା ପାଇଁ ଏହି ଦିନ ସଂସ୍କାର କରାଯାଇ ଥାଏ। ଏହା ପରେ ରାମ ନବମୀରେ ରଥ କାଠ ଚିରଟ ପାଇଁ କଟକ ଯାଇଥାଏ। ଏହି ସଂସ୍କାର ସମୟରେ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ପ୍ରଶାସକ(ନୀତି) ଡ. ପ୍ରଦୀପ ଦାଶ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଏସ୍ପି ଡା. ସାର୍ଥକ ଷଡଙ୍ଗୀ, ଉପଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ରଥକାଠ ସଂସ୍କାର
/sambad/media/post_attachments/wp-content/uploads/2018/01/wood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)